Advertisment

କଲେଜ ଯାଉଥିବା ବେଳେ ଛାତ୍ରୀଙ୍କ ଉପରେ ଓଲଟିଲା ଟ୍ରକ, ୨ ମୃତ

ବରଗଡ ଜିଲ୍ଲା କାଦୋବାହାଲ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଦ୍ରୁତଗତିରେ ଟ୍ରକଟି ଆସି ଛାତ୍ରୀଙ୍କ ଉପରେ ଓଲଟି ପଡିଥିଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
Baragarh Road Accident

accident

କଲେଜ ଯାଉଥିବା ବେଳେ ଛକି ବସିଥିଲା ମୃତ୍ୟୁ । ବରଗଡ ଜିଲ୍ଲା କାଦୋବାହାଲ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ରୀ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ୩ ଛାତ୍ରୀ ଆଜି ସାଇକେଲରେ କଲେଜ ଯାଉଥିବା ବେଳେ ଦୃତଗତିରେ ଆସୁଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଛାତ୍ରୀଙ୍କ ଉପରେ ଓଲଟି ପଡିଥିଲା।

Advertisment

ସୂଚନା ଅନୁସାରେ, ସାଇକେଲରେ କଲେଜ ଯାଉଥିବା ସମୟରେ ରାସ୍ତାରେ ଯାଉଥିବା ଏକ ଦୃତଗାମୀ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ସେମାନେ ଟ୍ରକ ତଳେ ଚାପି ହୋଇ ରହିଯାଇଥିଲେ । ସେମାନଙ୍କୁ ତୁରନ୍ତ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଛାତ୍ରୀ ଅନୁପମା ମଲ୍ଲିକ ଓ ଜୟଶ୍ରୀ ରଣାଙ୍କ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ପ୍ରିୟା ମଞ୍ଜରୀ ପଣ୍ଡା ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଛାତ୍ରୀ ମାନେ ସ୍ଥାନୀୟ କାଦୋ ବାହାଲ ଗାଁର ହୋଇଥିବା ବେଳେ ସେମାନେ କାଦୋ ବାହାଲ୍ କଲେଜ ରେ +2 1st year ରେ ପଢୁଥିଲେ । ଏବେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇ ଥିବା ବେଳେ ଅତାବିରା ପୋଲିସ ଘଟଣା ସ୍ଥଳରେପହଞ୍ଚି ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ଏହାର ଅଧିକ ତଦନ୍ତ ଜାରି ରଖିଛି ।

Advertisment
Road Accident Accident
Advertisment
Advertisment