Advertisment

ଦ୍ରୁତ ଗତିରେ ସ୍କୁଟିରେ ଆସିଲେ, ଟ୍ରକ୍‌କୁ ଧକ୍କା ଦେଲେ…୨ ମୃତ

ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ସ୍କୁଟି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Two Dead After Scooter Hit Stationary Truck In Jajpur

Two Dead After Scooter Hit Stationary Truck In Jajpur

Advertisment

ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ସ୍କୁଟି। ଯାଜପୁର ଜିଲ୍ଲା ଟମକା ଥାନା ଫୁଲଝର ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ କିଆଝର ଅଞ୍ଚଳର ମହେନ୍ଦ୍ର ଟୁଡୁ ଓ ମନ ମୁର୍ମୁ। ଅନ୍ୟ ଗୁରୁତର ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର କେଶବ ମାରାଣ୍ଡି। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକSCB ମେଡିକାଲ୍‌ କୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ଅନୁସାରେ, ଗତକାଲି ରାତି ୧୦ଟାରେ କିଆଝର ଛକ ନିକଟରେ ଏକ ଟ୍ରକ୍‌ ରାସ୍ତାକଡ଼ରେ ଛିଡ଼ା ହୋଇଥିଲା। ମହେନ୍ଦ୍ର, ମନ ଓ କେଶବ ସ୍କୁଟିରେ ଯାତ୍ରା କରୁଥିଲେ। ଦ୍ରୁତ ଗତିରେ ଥିବା ସେମାନଙ୍କ ଗାଡ଼ି ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ମହେନ୍ଦ୍ର ଓ ମନଙ୍କ ମୃତ୍ୟୁ ହୋଇଥିଲା। କେଶବ ଗୁରୁତର ଆହତ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। 

ଗୁରୁତର ଅବସ୍ଥାରେ କେଶବଙ୍କୁ ପ୍ରଥମେ ଦାନଗଦି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ କଟକ SCB କୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ପୋଷ୍ଟମର୍ଟମ ପାଇଁ ମୃତଦେହ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ