କେନାଲକୁ ଖସିଲା ଟ୍ରକ୍‌, ଚାଲିଗଲା ୭ ଜୀବନ

ଟ୍ରକ୍‌ ଡ୍ରାଇଭର ରାସ୍ତାରେ ଥିବା ଏକ ଖାଲରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି କେନାଲ ଭିତରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Truck Accident

ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ କେନାଲକୁ ଖସିପଡ଼ିଲା ଟ୍ରକ । ଟ୍ରକ୍‌ ଡ୍ରାଇଭର ରାସ୍ତାରେ ଥିବା ଏକ ଖାଲରୁ ବର୍ତ୍ତିବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ଗାଡ଼ିଟି କେନାଲ ଭିତରେ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଧିକ ପଢନ୍ତୁ: ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା କୋଠା; ଚାଲିଗଲା ୮ଜୀବନ

ପୋଲିସ୍ ଅଧୀକ୍ଷକ ଜି ଦେବ କୁମାର କହିଛନ୍ତି, "ଦେବରାପାଲ୍ଲୀ ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ମଙ୍ଗଳବାର ମଧ୍ୟରାତ୍ରିରେ ଆଠ ଜଣଙ୍କୁ ନେଇ ଏକ ଟ୍ରକ୍‌ ଆସୁଥିବାବେଳେ ଏହି ଟ୍ରକ୍‌ଟି କେନାଲକୁ ଖସିପଡ଼ିଥିଲା । ଯାହାଫଳରେ ଟ୍ରକ୍ ଉପରେ ବସିଥିବା ୭ ଜଣଙ୍କ ମୃତ୍ୟୁ ଘଟଣାସ୍ଥଳରେ ହିଁ ହୋଇଥିଲା । ତେବେ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେପଟେ ଏହି ସଡ଼କ ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଦୁର୍ଘଟଣାରେ ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି ଯେ ସରକାର ପୀଡିତଙ୍କ ପରିବାର ସହ ଛିଡା ହୋଇଛନ୍ତି ଏବଂ ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବେ।

ଅଧିକ ପଢନ୍ତୁ: ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ