Advertisment

ସଡ଼କ ଦୁର୍ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା, କେବଳ ୨୦୨୩ରେ ଗଡ଼ିଛି ୫୬୯୬ ମୁଣ୍ଡ

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି।

author-image
Satyendu Shekher Mishra
Accident

Accident

ରାଜ୍ୟରେ ବଢୁଛି ସଡ଼କ ଦୁର୍ଘଟଣା। ୨୦୨୩ରେ ସଡ଼କ ଦୁର୍ଘଟଣାରେ ୫ହଜାର ୬୯୬ ଜଣଙ୍କ ଜୀବନ ଯାଇଛି। ଆହତ ହୋଇଛନ୍ତି ୧୦ ହଜାର ୪୧୯। ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି, ୨୦୨୩ରେ ମୋଟ ୧୨ ହଜାର ୫୨ଟି ସଡ଼କ ଦୁର୍ଘଟଣା ହୋଇଛି।

Advertisment

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୪୪୮ ଜଣଙ୍କ ମୃତ୍ୟୁ ହୋଇଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ଗତ ୫ ବର୍ଷରେ ୨୬ ହଜାର ୩୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ସେହିପରି ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ ସଡ଼କ ଦୁର୍ଘଟଣା ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ବିଭୂତି ଭୂଷଣ ଜେନା। 

ସେହିଭଳି ବଜ୍ରପାତ ମୃତ୍ୟୁରେ ଓଡ଼ିଶା ଦେଶରେ ସବୁଠୁ ଆଗରେ। ଗତ ୫ ବର୍ଷରେ ରାଜ୍ୟରେ ୧୧୦୩ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ବରରେ ବଜ୍ରପାତ ମୃତ୍ୟୁ ଅନ୍ୟ ଜିଲ୍ଲା ଠାରୁ ଅଧିକ ରହିଛି।

Advertisment

ଗତ ୫ ବର୍ଷରେ ଝାରସୁଗୁଡ଼ାରେ ୭୨ ଓ ବଲାଙ୍ଗିରରେ ୫୫ ଜଣଙ୍କ ବଜ୍ରପାତରେ ମୃତ୍ୟୁ ହୋଇଛି। ବଜ୍ରପାତ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେଉଛନ୍ତି ସରକାର। ୨୩ ଶହ କୋଟି ଟଙ୍କା ବିପର୍ଯ୍ୟୟ ପରିଚାଳନା ବିଭାଗ ପାଖରେ ଅଛି। ସେଥିରୁ ୨୦୦ କୋଟି ଟଙ୍କା କ୍ଷତିପୂରଣ ପାଇଁ ରଖାଯାଇଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ଗବେଷଣା ଅନୁଯାୟୀ ଓଡ଼ିଶାରେ ଖଣିଜ ପଦାର୍ଥ ଭରପୂର ଥିବାରୁ ବଜ୍ରପାତ ଅଧିକ ହେଉଛି। କାରଣ ଖଣିଜ ପଦାର୍ଥ ହେଲା ବିଦ୍ୟୁତ ସୁପରିବାହୀ।

ତେବେ ବଜ୍ରପାତର ପ୍ରଭାବ ରୋକିବା ପାଇଁ ତାଳଗଛ ରୋପଣ ପାଇଁ ବନ ବିଭାଗକୁ ୭ କୋଟି ଟଙ୍କା ଦିଆଯାଇଥିବା ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। 

Odisha Accident
Advertisment
Advertisment