/odishatv-khabar/media/post_attachments/uploadimage/library/16_9/16_9_0/Students_1753504516.jpg)
Students
ରାଜସ୍ଥାନର ଝାଲାୱାରରେ ଶୁକ୍ରବାର ସକାଳେ ଏକ ପ୍ରାଥମିକ ବିଦ୍ୟାଳୟର ଛାତ ଭୁଶୁଡିବା ଯୋଗୁଁ ୭ ଜଣ ଛାତ୍ରଛାତ୍ରୀ ମୃତ୍ୟୁବରଣ କରିଥିଲେ। ଏହା ସହ ଅନେକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ସାରା ଦେଶକୁ ଝଟକା ଦେଇଛି। ତେବେ ପିଲାମାନେ କହିଛନ୍ତି ଯେ ଛାତରୁ ପଥର ଖସୁଥିବା କଥା ସେମାନେ ଶିକ୍ଷକଙ୍କୁ କହିଥିଲେ। କିନ୍ତୁ ଶିକ୍ଷକମାନେ ସେମାନଙ୍କ କଥାକୁ ଅଣଦେଖା କରି ଗାଳି ଦେଇଥିଲେ। ସେ ସମୟରେ ଶିକ୍ଷକମାନେ ଜଳଖିଆ କରୁଥିଲେ ଏବଂ ପିଲାମାନଙ୍କ କଥାକୁ ସେମାନେ କର୍ଣ୍ଣପାତ କରିନଥିଲେ। ଓଲଟା ମାଡ ମାରି ପିଲାମାନଙ୍କୁ ଶ୍ରେଣୀଗୃହକୁ ପଠାଇ ଦେଇଥିଲେ।
ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର କହିଛନ୍ତି, “ଛାତ୍ରମାନଙ୍କୁ ପ୍ରାର୍ଥନା ପାଇଁ କ୍ଲାସରେ ବସାଯାଇଥିଲା। ଶିକ୍ଷକମାନେ ଜଳଖିଆ କରୁଥିଲେ। ଯେତେବେଳେ ପଥର ଖସିବା ଆରମ୍ଭ ହେଲା, ଛାତ୍ରମାନେ ଶିକ୍ଷକମାନଙ୍କୁ କହିଥିଲେ। ଶିକ୍ଷକମାନେ ଛାତ୍ରମାନଙ୍କୁ ଗାଳି ଦେଇ ପୁଣି କ୍ଲାସରେ ବସିବାକୁ କହିଥିଲେ। ତା’ ପରେ କାନ୍ଥ ଭାଙ୍ଗିଗଲା ଓ ଛାତ ଖସି ପଡ଼ିଲା। ଅନେକ ଛାତ୍ର ବଞ୍ଚିବା ପାଇଁ ଏଣେତେଣେ ଦୌଡ଼ିଥିଲେ, କିନ୍ତୁ ଅନେକେ ଭଗ୍ନାବଣେଷ ତଳେ ଚାପି ହୋଇଗଲେ। ଗାଁ ଲୋକଙ୍କ ସାହାଯ୍ୟରେ ଛାତ୍ରମାନଙ୍କୁ ବାହାର କରାଯାଇଥିଲା।”
ବିଦ୍ୟାଳୟର କାନ୍ଥ ଓ ଛାତ ଜର୍ଜରିତ ଅବସ୍ଥାରେ ଥିଲା। ମାସେ ତଳେ ସିମେଂଟ ଓ ପ୍ଲାଷ୍ଟର କାମ କରାଯାଇଥିଲା। ଯଦି ଶୁକ୍ରବାର ଛାତ୍ରମାନଙ୍କୁ ବାହାରକୁ ନିଆଯାଇଥାନ୍ତା, ତେବେ ଏହି ଦୁର୍ଘଟଣା ଘଟିନଥାନ୍ତା। ଏଥିପାଇଁ ସ୍କୁଲର ୫ ଜଣ ଶିକ୍ଷକଙ୍କୁ ଅପରାଧିକ ଅବହେଳା ପାଇଁ ନିଲମ୍ବନ କରାଯାଇଛି। ଘଟଣା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲ୍ଲା କଲେକ୍ଟର ଶିକ୍ଷା ବିଭାଗରୁ ପାଞ୍ଚ ଅଧିକାରୀଙ୍କୁ ନିଲମ୍ବନ ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)