• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକରେ ଜଳିଗଲା ବସ୍ । ଲିଙ୍କ ରୋଡ଼ ଭାରତ ପେଟ୍ରୋଲ ପମ୍ପ ସମ୍ନାରେ ଘଟିଛି ଏହି ଭୟଙ୍କର ଅଗ୍ନିକାଣ୍ଡ । ଏ ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ଦମକଳ ବାହିନୀ । ତେବେ ବସରେ କେହି ନିଆଁ ଲଗାଇ ଦେଇଛି ନା ପ୍ରବଳ ଖରା ଯୋଗୁଁ ନିଆଁ ଲାଗିଛି ସେସମ୍ପର୍କରେ କୌଣସି ସୂଚନା ନାହିଁ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବସ୍‌ରେ କେହି ଯାତ୍ରୀ ନଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ହଠାତ୍‌ ଆଜି ଠିଆ ହୋଇଥିବା ବେଳେ ବସ୍‌ରେ ନିଆଁ ଲାଗିଯାଇଥିଲେ । ବସ୍‌ ଜଳୁଥିବାର ଦୃଶ୍ୟ ସତରେ ଖୁବ୍‌ ଭୟଙ୍କର । ନିଆଁ ଏତେ ଜୋରରେ ଲାଗିଥିଲା ଯେ ବସ୍‌ ନିକଟରେ ଥିବା ବୁଦାଗୁଡ଼ିକ ବି ଜଳିଯାଇଛି । ପାଖରେ ଥିବା ଏକ ଦୋକାନ ମଧ୍ୟ ଜଳିପୋଡ଼ି ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି । ଆଉ ସେଥିରେ ଥିବା ସମସ୍ତ ଜନିଷ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ସମୟରେ ସୌଭାଗ୍ୟବଶତଃ ଗାଡ଼ିରେ କେହିନଥିଲେ ।  

ଖବର ପାଇବା ପରେ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ବସ୍‌ ସହ ଗଛବୁଦା ଜଳିଯିବାରୁ ନିଆଁକୁ ଆୟତ କରିବା କଷ୍ଟକର ହୋଇପଡ଼ିଛି । ତଥାପି ନଆଁକୁ ଅତିଶୀଘ୍ର ଆୟତକୁ ଅଣାଯିବ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ । 

  • Reported by:
  • Biswajit Acharya