• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମଝି ରାସ୍ତାରେ ଛକି ବସିଥିଲା ମୃତ୍ୟୁ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଛଡ଼ାଇ ନେଲା ଜୀବନ । ତାମିଲନାଡୁର ସାଲେମରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଏକ ଭ୍ୟାନ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଆଜି ଭୋର୍ ପ୍ରାୟ ୪ଟା ସମୟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସିସିଟିଭିରେ ଦୁର୍ଘଟଣା ସମୟର ଭିଡିଓ କଏଦ ହୋଇଛି ।

ଏକ ଭ୍ୟାନ ଯୋଗେ ସମସ୍ତେ ଏଙ୍ଗୁରରୁ ପେରୁନ୍ଥୁରାଇକୁ ଯାତ୍ରା କରୁଥିଲେ । ଭ୍ୟାନ୍‌ରେ ସମୁଦାୟ ୮ ଜଣ ଯାତ୍ରା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ହେଲେ ସେଲଭାରାଜ, ମଞ୍ଜୁଲା, ଅରୁମୁଗାମ, ପଲାନିସାମି, ପପ୍ପଥି । ମୃତକଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ମଧ୍ୟ ଅଛି । ଅନ୍ୟପଟେ ଭ୍ୟାନ ଡ୍ରାଇଭର ବିଘ୍ନେଶ ଏବଂ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୋଷ୍ଟମଟର୍ମ ପାଇଁ ମୃତଦେହ ଗୁଡ଼ିକୁ ହସ୍ପିଟାଲ୍‌ ପଠାଯାଇ ଦିଆଯାଇଛି ।

ସିସିଟିଭି ଫୁଟେଜ୍‌ରେ ସଂପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି । ଟ୍ରକ୍‌ଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ପଛରୁ ଆସି ଭ୍ୟାନ୍‌ ତାକୁ କିଭଳି ଧକ୍କା ଦେଉଛି, ତାହା ଦେଖିବାକୁ ମିଳିଛି । ସିସିଟିଭି ଫୁଟେଜ ଆଧାରରେ ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ ।