Mo Bus
ରାଜଧାନୀ ରାଜରାସ୍ତାରେ ଆତଙ୍କ ମଚାଇ ଚାଲିଛି ମଣିଷ ମରା ମୋ ବସ୍। ବେପରୁଆ ଗାଡ଼ି ଚାଳନାର ସବୁ ସୀମା ପାର କରିଛନ୍ତି ଡ୍ରାଇଭର। ବାଟରେ ଘାଟରେ ମୋ ବସକୁ ଦେଖିଲେ ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼। ଶନିବାର ପାତ୍ରପଡ଼ାରେ ମୋ ବସ ଘଟାଇଥିଲା ଦୁର୍ଘଟଣା । ଦୁର୍ଘଟଣାରେ ବସ ଚଢାଇ ଜଣଙ୍କର ଜୀବନ ନେଇ ମଧ୍ୟ ଗାଡ଼ି ଅଟକାଇ ନଥିଲା ଡ୍ରାଇଭର। ବସ୍ ତଳେ ଦୁଇଚକିଆ ଫସି ରହିଥିଲେ ମଧ୍ୟ ଜୋରରେ ଗାଡ଼ି ଚଲାଇ ଖସିଯାଇଥିଲା । ରାସ୍ତାରେ ସ୍କୁଟିକୁ ଘୋଷାଡି ଘୋଷାଡି ନେଇଥିଲା ମୋ ବସ୍। ଲୋକମାନେ ମୋ ବସ୍ କୁ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ସେ ଅଟକି ନଥିଲା। ଏହିପରି ଭାବେ ପ୍ରାୟ ଅଧକିଲୋମିଟର ସ୍କୁଟିକୁ ଘୋଷାଡି ନେଇଛି ମୋ ବସ। ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ରାଜଧାନୀବାସୀଙ୍କ ମନରେ ଛନକା ପସିଛି ।
ଅଧିକ ପଢ଼ନ୍ତୁ: କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ ଆଣିଥିଲା ନିରଞ୍ଜନ ପଟ୍ଟନାୟକଙ୍କ ଘର ଲୁଟିଥିବା ଚୋର
ସୂଚନା ଅନୁସାରେ ଟ୍ବିନସିଟି ସହ ୬ ସହରରେ ୫୨୦ଟି ‘ମୋ ବସ୍’ ଚାଲୁଛି। ହେଲେ ବେପରୁଆ ଗାଡ଼ିଚାଳନା ପାଇଁ ଗତ ୩ ମାସରେ ୬ ସହରରେ ପ୍ରାୟ ୭୦ଟି ଦୁର୍ଘଟଣା ଘଟାଇଲାଣି ‘ମୋ ବସ୍’। ସହରରେ ସ୍ପିଡ ଲିମିଟ ଠାରୁ ଅଧିକ ବେଗରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ସମୟରରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରୁଛନ୍ତି ଯାତ୍ରୀ। ଫଳରେ ଏହାକୁ ନେଇ ସରକାର ଏକ ନିୟମ ଆଣିବାକୁ ସେମାନେ ଦାବି କରିଛନ୍ତି ।
ତେବେ ବାରମ୍ବାର ମୋ ବସ ଦୁର୍ଘଟଣା ବଢିବାକୁ ନେଇ ଡ୍ରାଇଭରଙ୍କୁ କ୍ରୁଟ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ହେଲେ ସ୍ଥିତି ବଦଳିବାର ନାଁ ନେଉନି। ଯାହାକୁ ନେଇ ଟ୍ୱିନସିଟିରେ ଜନ ଅସନ୍ତୋଷ ବଢିବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/_Mo_Bus_1739769010.jpg)