Advertisment

ଉଜୁଡିଗଲା ପରିବାର; ସାପ କାମୁଡ଼ାରେ ୩ ଭଉଣୀ ମୃତ, ବାପା ଗୁରୁତର

ବଡ଼ ଝିଅର ବୟସ ୧୨ବର୍ଷ ହୋଇଥିବା ବେଳେ ମଝିଆ ଝିଅ ଶୁଭରେଖା ମଲ୍ଲିକର ବୟସ ୧୧ ଓ ସାନଝିଅ ସୁରଭିର ବୟସ ୩ବର୍ଷ ବୋଲି ଜଣାପଡିଛି। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି।

ଅଦ୍ୟତନ ହୋଇଛି
Three Sisters Die Of Snake Bite In Odisha

snake bite

Advertisment

ସାପ କାମୁଡ଼ାରେ ତିନ ଭଉଣୀ ୩ମୃତ। ବୌଦ୍ଧ ଟିକରପଡ଼ା ପଞ୍ଚାୟତ ଚରିଆପାଲି ଗ୍ରାମରେ ଅଘଟଣ। ଘରେ ଶୋଇଥିବା ବେଳେ ସର୍ପ ଦଂଶନର ଶିକାର ହୋଇଥିଲେ ୪ଜଣ। ଗୁରୁତର ଅବସ୍ଥାରେ ବାପା ବୁର୍ଲା ମେଡିକାଲ୍ ସ୍ଥାନାନ୍ତର।

Advertisment

ସୂଚନା ଅନୁସାରେ, ଗତକାଲି ନୂଆଖାଇ ଥିବା ବେଳେ ଦୁଇ ଝିଅ ହଷ୍ଟେଲ୍‌ରୁ ଘରକୁ ଆସିଥିଲେ। ଘରେ ଖୁସିର ମାହୋଲ୍ ଥିଲା। ଖାଇ ପିଇ ଶୋଇବା ବେଳରୁ ବିଳମ୍ୱ ହୋଇଥିଲା। ସମସ୍ତେ ନୂଆ ଖାଇସାରି ଆନ୍ଦରେ ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ ସେମାନଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା।

ଅଧିକ ପଢ଼ନ୍ତୁ: ଆଖି ପିଛୁଳାକେ ଭୁଶୁଡ଼ି ପଡ଼ିଲା କୋଠା; ଚାଲିଗଲା ୮ଜୀବନ

ମୃତକଙ୍କ ବାପାଙ୍କ କହିବା ଅନୁସାରେ, ଘରେ ୩ଝିଅ, ପୁଅ ଓ ସ୍ୱାମୀ ସ୍ତ୍ରୀ ଶୋଇଥିଲେ। ରାତି ଅଧରେ ହଠାତ୍ କିଏ କାମୁଡିବା ଭଳି ଅନୁଭବ ହେବାରୁ ସେ ଉଠିପଡିଥିଲେ। ଏହାପରେ ସାନ ଝିଅକୁ ଉଠାଇଥିଲେ। ସେତେବେଳକୁ ସେ ହୋସ୍‌ରେ ନଥିଲା। ଏହାପରେ ମଝିଆ ଓ ବଡ଼ ଝିଅକୁ ବି ସାପ କାମୁଡି ଦେଇଥିଲା।

Advertisment

ତେବେ ମିଳିଥିବା ସୂଚନା ମୁତାବକ, ସେମାନେ ପ୍ରଥମେ ଗୁଣି ଗାରେଡିର ସାହାଯ୍ୟ ନେଇଥିଲେ। ଝଡ଼ାଫୁଙ୍କାରେ କିଛି ଲାଭ ନହେବାରୁ ବିଳମ୍ୱରେ ଡାକ୍ତରଖାନାରେ ପହଞ୍ଚିଥିଲେ। ସମସ୍ତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ସେଠାରେ ଡାକ୍ତର ୩ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ବଡ଼ ଝିଅର ବୟସ ୧୨ବର୍ଷ ହୋଇଥିବା ବେଳେ ମଝିଆ ଝିଅ ଶୁଭରେଖା ମଲ୍ଲିକର ବୟସ ୧୧ ଓ ସାନଝିଅ ସୁରଭିର ବୟସ ୩ବର୍ଷ ବୋଲି ଜଣାପଡିଛି। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି। ବାପାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ଚାକିତ୍ସା ଚାଲିଛି।

Advertisment
Snake Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ