Advertisment

ସାପକୁ ଧରି ମେଡିକାଲରେ ପହଞ୍ଚିଲେ ମହିଳା ରୋଗୀ

ସାପ କାମୁଡ଼ାରେ ଗୁରୁତର ଥିବା ମହିଳାଙ୍କୁ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

ଅଦ୍ୟତନ ହୋଇଛି
Snake Bite Victim Reaches Hospital Carrying Reptile in Basudevpur

Snake bite victim reaches hospital carrying reptile in Basudevpur

Advertisment

କାମୁଡ଼ି ଥିବା ସାପକୁ ଧରି ମେଡିକାଲରେ ପହଞ୍ଚିଲେ ସାପ କାମୁଡ଼ାର ଶୀକାର ଜଣେ ମହିଳା। ଘଟଣା ଘଟିଛି ଭଦ୍ରକ ବାସୁଦେବପୁର ଅଞ୍ଚଳରେ। ରାଧାନାଥପୁର ଆଡିଆ ଗାଁର ରାମଚନ୍ଦ୍ର ବେରାଙ୍କ ପତ୍ନୀ ମଞ୍ଜୁ ବେରା ଘର ପାଖ ବାଡିରୁ ଗୋରୁ ଆଣିବାକୁ ଯାଇଥିଲେ।

Advertisment

ସେହି ସମୟରେ ତାଙ୍କୁ ଏକ ସାପ କାମୁଡିଥିଲା। ମଞ୍ଜୁ ଘରକୁ ଫେରି ଏ ସଂପର୍କରେ ଜଣାଇବା ପରେ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ଏକ ବିଷାକ୍ତ ବୋଡ଼ା ସାପଟିକୁ ପ୍ଲାଷ୍ଟିକ ଜାରରେ ଭର୍ତ୍ତି କରିଥିଲେ।

ଆଉ ସେହି ଜାରରେ ଭର୍ତ୍ତି ସାପକୁ ଏବଂ ସର୍ପାଘାତର ଶୀକାର ମଞ୍ଜୁଙ୍କୁ ଧରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସଂପର୍କୀୟ। ଡାକ୍ତର ସାପ ଏବଂ ରୋଗୀଙ୍କୁ ଦେଖିଲା ପରେ ପ୍ରାଥମିକ ଚିକିତ୍ସା କରିଥିଲେ ଓ ପରେ ଅବସ୍ଥା ଗୁରୁତର ଥିବାରୁ ମଞ୍ଜୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।

Advertisment
Snake Bite Patient
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ