Advertisment

ଠିଆ ହୋଇଥିଲେ ଯାତ୍ରୀ, ହଠାତ୍ ମାଡିଗଲା ଟ୍ରକ୍; ଚାଲିଗଲା ୬ଜୀବନ

ବସ୍‌ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ମାଡିଯାଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Ahmedabad Vadodra Express Highway

Accident

Advertisment

ଗୁଜରାଟରେ ମର୍ମନ୍ତୁଦ ଦୁର୍ଘଟଣା। ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସ୍ ହାଇୱେରେ ଠିଆ ହୋଇଥିବା ବସ୍‌ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନା ଅନୁସାରେ, ଏକ ଲକଜରି ବସ୍‌ ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେ ଯାତ୍ରା କରୁଥିଲା। ଭୋର୍‌ ପ୍ରାୟ ସାଢେ ୪ଟା ବେଳେ ବସ୍‌ର ଟାୟାର ପଙ୍କଚର ହୋଇଯାଇଥିଲା। ତେଣୁ ବସ୍‌ରେ ଥିବା ଯାତ୍ରୀ, ଡ୍ରାଇଭର ଓ କଣ୍ଡକ୍ଟର ବସ୍‌ରୁ ଓହ୍ଲାଇ ତଳେ ଠିଆ ହୋଇଥିଲେ। ଚକା ମରାମତି ଚାଲିଥିବା ବେଳେ ସାମନା ପଟରୁ ଏକ ଟ୍ରକ ହଠାତ୍ ଦ୍ରୁତ ବେଗରେ ଆସି ସେମାନଙ୍କ ଉପରେ ମାଡିଯାଇଥିଲା। କେହିକିଛି ବୁଝିବା ଆଗରୁ ସମସ୍ତେ ଟ୍ରକ ଚକାତଳେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ୩ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଆନନ୍ଦ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ରୋଗୀ ନେଇ ଯାଉଥିଲା ଆମ୍ବୁଲାନ୍ସ; ଧକ୍କାଦେଲା ସିମେଣ୍ଟ ବୋଝେଇ ଲରି, ଚାଲିଗଲା ୬ଜୀବନ

Advertisment

ପୋଲିସର ସୂଚନା ଅନୁସାରେ, ବସ୍‌ର ଚକା ମରାମତି ବେଳେ ଟ୍ରକଟି ହଠାତ୍ ବସ୍ ତଳେ ଛିଡ଼ାହୋଇଥିବା ଯାତ୍ରୀଙ୍କ ଉପରେ ମାଡିଯାଇଥିଲା। ଖବର ପାଇ ଫାୟାର ବ୍ରିଗେଡ୍, ଏକ୍ସପ୍ରେସ୍ ୱେ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନାରେ ଆଉ ୩ଜଣଙ୍କର ଜୀବନ ଯାଇଛି। ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି।

Bus Accident Road Mishap Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ