• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ଜୀବନ । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଡାକିନେଲା ମୃତ୍ୟୁ । ଗତକାଲି ସନ୍ଧ୍ୟାରେ ମଧ୍ୟପ୍ରଦେଶର ସାଗର-ଦମୋହ ରାସ୍ତାରେ ଏକ ଟ୍ରକ ଏବଂ କାର ମୁହାଁମୁହିଁ ଧକ୍କା ହୋଇଛନ୍ତି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ଭାଙ୍ଗି ଚୁରମାର୍‌ ହୋଇଯାଇଛି । ଦୁର୍ଘଟଣାରେ କାରରେ ସବାର ଥିବା ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ରେଫର୍ କରାଯାଇଛି । କେବଳ କାର ନୁହେଁ ଟ୍ରକଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ କାର୍‌ରେ ଡ୍ରାଇଭର୍‌ ସମେତ ୭ ଜଣ ସବାର ଥିଲେ । କାରଟି ସାଗରୁ ଜିଲ୍ଲାରୁ ବାହାରି ଗଢକୋଟା ଅଭିମୁଖେ ବାହାରିଥିବା ବେଳେ ସାମ୍ନାରୁ ଏକ ଟ୍ରକ୍‌ ଆସି ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଏବେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

ଦୁର୍ଘଟଣାରେ କାରର ଷ୍ଟିଅରିଂ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କ୍ଷତିଗ୍ରସ୍ତ ଟ୍ରକ ଏବଂ କାରକୁ ଜେସିବି ମେସିନ ସାହାଯ୍ୟରେ ଅଲଗା କରାଯାଇଥିଲା । କାରକୁ କାଟି ଫସି ରହିଥିବା ମୃତଦେହକୁ ବାହାରକୁ ଅଣାଯାଇଥିଲା ।

ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ପୋଲିସ୍ ପହଞ୍ଚିବା ବେଳକୁ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସ ନେତା ତଥା ପୂର୍ବତନ ପ୍ରଦେଶ ଉପାଧ୍ୟକ୍ଷ ଅମିତ ରାମଜୀ ଦୁବେଙ୍କ ପୁତୁରା ଅମରଦୀପ ଓ ତାଙ୍କ ବନ୍ଧୁମାନେ କାରରେ ସବାର ଥିଲେ ।