Advertisment

ଚାଲିଥିଲା ବାଣ ପ୍ରତିଯୋଗିତା, ଏକାଥରେ ସବୁ ଫୁଟିଗଲା ! ହେଲା ଭୟଙ୍କର ବିସ୍ଫୋରଣ

ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି ।

ଅଦ୍ୟତନ ହୋଇଛି
Firecracker Mishap In Kendrapada

Firecrackers Mishap

Advertisment

କେନ୍ଦ୍ରାପଡ଼ା କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ଫୁଟି ୨୦ରୁ ଅଧିକ ଗୁରୁତର । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ । ସମସ୍ତ ଗୁରୁତରଙ୍କୁ କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ମେଡିକାଲରେ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଛି । ସଦର ଥାନା ବାଲିଆ ବଜାରରେ ଭସାଣ ବେଳେ ଏହି ଅଘଟଣ ଘଟିଛି ।  ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିଲା ବେଳେ ଏହି ବିସ୍ଫୋରଣ ଘଟିଛି । ବାଣୁଆ ଷ୍ଟକ୍ ରଖିଥିବା ବାଣ ଯାଗାରେ ନିଆଁ ପଡ଼ିଥିଲା । ଯାହାପଳରେ ଏକାଥରେ ସବୁ ବାଣ ଫୁଟିଯାଇଥିଲା । ଆଉ ଏଭଳି ଅଘଟଣ ଘଟିଥିଲା । ତେବେ ଗୁରୁତରଙ୍କ ମଧ୍ୟରୁ ଅନେକଙ୍କ ଜୀବନ ସଂକଟାପନ୍ନ ରହିଛି । ଅନ୍ୟପଟେ କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଏହାସହ କିଛି ଆହତଙ୍କୁ ସଂପର୍କୀୟମାନେ ଅନ୍ୟ ହସ୍ପିଟାଲକୁ ନେଇଯାଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ଯାଜପୁରରେ ଭୟାବହ ଅଗ୍ନିକାଣ୍ଡ, ହୁତ୍ ହୁତ୍ ଜଳିଲା କବାଡ଼ି ଗୋଦାମ

Fire Crackers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ