/odishatv-khabar/media/post_attachments/uploadimage/library/16_9/16_9_0/Accident_1707556732.jpg)
Accident
ଆନ୍ଧ୍ର ପ୍ରଦେଶରେ ଭୟଙ୍କର ଦୁର୍ଘଟଣା । ନେଲୋର ଜିଲ୍ଲାର ମୁସୁନୁରୁରେ ଦୁଇଟି ଟ୍ରକ୍ ଓ ଗୋଟିଏ ଘରୋଇ ବସ୍ ମଧ୍ୟରେ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ସାତ ଜଣ ପ୍ରାଣ ହରାଇ ସାରିଲେଣି । ରାତି ପ୍ରାୟ ଦୁଇଟା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
ତେବେ ଦୁର୍ଘଟଣାରେ ଯେ କେବଳ ସାତଜଣଙ୍କର ମୃତ୍ୟୁ ହୋଇଛି ତାହା ନୁହେଁ, ୧୫ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ଗୁରୁତରମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପ୍ରଥମେ ଦୁଇଟି ଟ୍ରକ ମଧ୍ୟରେ ଧକ୍କା ହୋଇଥିଲା ।
ପରେ ଏକ ଯାତ୍ରୀବାହୀ ବସ ଆସି ଉକ୍ତ ଟ୍ରକ ଦ୍ୱୟକୁ ଧକ୍କା କରିଥିଲା । ବସର ସାମ୍ନା ଭାଗଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ମୃତକଙ୍କ ମଧ୍ୟରେ ଉଭୟ ଟ୍ରକ ଦ୍ୱୟ ଓ ବସର ଡ୍ରାଇଭର ଅଛନ୍ତି । ଡ୍ରାଇଭରମାନଙ୍କ ସହ ମୋଟ ଉପରେ ଚାରି ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି ।
ଚେନ୍ନାଇରୁ ହାଇଦ୍ରାବାଦ ଆସୁଥିବା ବେଳେ ବସଟି ଟ୍ରକ ଦ୍ୱୟକୁ ଧକ୍କା ଦେଇଥିବା ଜଣାପଡ଼ିଛି । ପୋଲିସ ସୂଚନା ଅନୁସାରେ ରାତି ପ୍ରାୟ ୨ ଟା ବେଳେ ଗୋରୁ ପରିବହନ କରୁଥିବା ଟ୍ରକର ପଛକୁ ଲୁହା ବୋଝେଇ ଟ୍ରକ ଧକ୍କା ଦେଇଥିଲା ।
ଲୁହା ବୋଝେଇ ଟ୍ରକଟି ନିୟନ୍ତ୍ରଣ ହରାଇ ଧକ୍କା କରିବା ପରେ ବିପରୀତ ଦିଗକୁ ଆସୁଥିବା ଘରୋଇ ବସ୍ଟି ମଧ୍ୟ ପରେ ପରେ ଧକ୍କା କରିଥିଲା । ଏନେଇ ଆଇପିସି ଧାରା ୩୦୪ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)