• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକରେ ସିରିଜ ଦୁର୍ଘଟଣା । ଜଣେ କାର ଚାଳକ କଟକ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟାଇ ଏକାଧିକ ବ୍ୟକ୍ତିଙ୍କ ଗାଡିରେ ପିଟିଛି, ଆହତ ମଧ୍ୟ କରିଛି। ବାରବାଟୀ ଷ୍ଟାଡିୟମ , ଯୋବ୍ରା, ଚାଉଳିଆଗଞ୍ଜ ସହ ଏକାଧିକ ସ୍ଥାନରେ କାର ଚାଳକ ଜଣକ ଗାଡି ବାଡେଇଥିଲା । ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିବାରୁ ଏକାଧିକ ବ୍ୟକ୍ତିଙ୍କ ସହ ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି ।

ତେବେ ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଗାଡିକୁ ପିଛା କରି ରାଜେନ୍ଦ୍ରନଗର ନିକଟରେ କାବୁ କରିଥିଲେ । ଗାଡି ଚାଳକକୁ ଅଟକାଇ ମାଡ ମାରିବା ସହ ଗାଡିଟିକୁ ସଂମ୍ପୁର୍ଣ୍ଣ ଭଙ୍ଗାରୁଜା କରିଥିଲେ । ଘଟଣା ସ୍ଥଳରେ ମଧୁପାଟଣା ଆଇଆଇସିଙ୍କ ସହ ଅନ୍ୟ ଥାନାଧିକାରୀ ଓ ଏସିପି ପହଞ୍ଚି ତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଅନ୍ୟପଟେ ଗାଡି ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଏହି ଦୁର୍ଘଟଣାରେ ବହୁ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆହତଙ୍କ ସମ୍ପର୍କରେ ଜଣାପଡ଼ି ନାହିଁ ।