Advertisment

ପ୍ରତି ମୁହୂର୍ତ୍ତରେ ଡରାଉଛି ଏହି ରାସ୍ତା...ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ

ଅସୁରକ୍ଷିତ ହୋଇପଡ଼ୁଛି NH ୧୬। ଜାତୀୟ ରାଜପଥରେ ଯା’ଆସ କରିବାକୁ ଡରୁଛନ୍ତି ଲୋକେ। କାରଣ ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Road Problems In Balasore And Cuttack

Road Problems In Balasore And Cuttack

ରାଜପଥ ନୁହେଁ ତ ମରଣଯନ୍ତା। ପ୍ରତି ମୁହୂର୍ତ୍ତରେ ଡରାଉଛି ଏହି ରାଜପଥ। ଅସୁରକ୍ଷିତ ହୋଇପଡ଼ୁଛି NH ୧୬। ଜାତୀୟ ରାଜପଥରେ ଯା’ଆସ କରିବାକୁ ଡରୁଛନ୍ତି ଲୋକେ। କାରଣ ରାସ୍ତାକୁ ପାଦ କାଢ଼ିଲେ ଯାଉଛି ଜୀବନ। ଦିନକୁ ଦିନ ମରଣଯନ୍ତା ପାଲଟିବାରେ ଲାଗିଛି ବାଲେଶ୍ୱରରୁ ମଇତାପୁର ପର୍ଯ୍ୟନ୍ତ ରାସ୍ତା। ବ୍ରିଜ୍‌ କାମ ସରି ନଥିବାରୁ ଡାଇଭର୍ସନ ଦ୍ୱାରା ଘଟୁଛି ଦୁର୍ଘଟଣା। ସେପଟେ ଟାଙ୍ଗି-ମଙ୍ଗୁଳି ରାସ୍ତା ଉପରେ ଟ୍ରକ୍‌ ପାର୍କିଂ ଯୋଗୁ ଅସୁରକ୍ଷିତ ହୋଇପଡିଛି ଜୀବନଯାତ୍ରା।

Advertisment

ବାଲେଶ୍ୱରରୁ ମଇତାପୁର ପର୍ଯ୍ୟନ୍ତ ୧୬ ନମ୍ୱର ଜାତୀୟ ରାଜପଥରେ ଦୀର୍ଘଦିନ ଧରି ବ୍ରିଜ୍‌ କାମ ଚାଲୁଥିବାରୁ ଖାଲଖମାରେ ଭର୍ତ୍ତି ହୋଇଛି ଜାତୀୟ ରାଜପଥ। ଡ଼ାଇଭର୍ସନ ଦ୍ୱାରା ଘଟୁଛି ବଡ଼ ବଡ଼ ଦୁର୍ଘଟଣା। ଫଳରେ ରାଜପଥରେ ଯିବାକୁ ଡରୁଛନ୍ତି ଲୋକେ। ତୁରନ୍ତ ବ୍ରିଜ୍‌ କାମ ସାରି ରାସ୍ତା ଠିକ୍‌ କରିବାକୁ ଦାବି ହୋଇଛି।

Advertisment

କଟକ ଜିଲ୍ଲା ଟାଙ୍ଗି-ମଙ୍ଗୁଳି ଛକ ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥ ମଧ୍ୟ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ରାସ୍ତାକଡ଼ରେ ଧାଡିରେ ଟ୍ରକ୍ ଠିଆ ହୋଇଥିବା ବେଳେ ବିଭିନ୍ନ ସମୟରେ ପଥଚାରୀଙ୍କ ଠାରୁ ଆରମ୍ଭ କରି ବାଇକ ଚାଳକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ଏପରିକି ୬ ଲେନ୍ ବିଶିଷ୍ଟ ୧୬ନଂ ଜାତୀୟ ରାଜପଥର ୨ ଲେନ୍‌ ଏବେ ଟ୍ରକ୍ ଡ୍ରାଇଭରଙ୍କ କବଜାକୁ ଚାଲି ଯାଇଛି।

ଜାତୀୟ ରାଜପଥ କଡ଼ରେ ପାର୍କିଂ ସହ ଡ୍ରାଇଭରମାନଙ୍କ ରହିବା ବ୍ୟବସ୍ଥା କରିବାକୁ ଦାବି କରିଛି ମଙ୍ଗୁଳି ଟ୍ରକ୍ ଆସୋସେସନ୍। ବେଆଇନ ପାର୍କିଂ ନେଇ ଜାତୀୟ ରାଜପଥ ଅଧିକାରୀଙ୍କୁ ବହୁ ବାର ଜଣାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍‌ ବୋଲି ବିଧାୟକ କହିଛନ୍ତି। ଅଭିଯୋଗର ଜବାବ ରଖିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଗୋଟିଏପଟେ ଜାତୀୟ ପଥରେ ଟ୍ରକ୍‌ ପାର୍କିଂ, ଅନ୍ୟପଟେ ଖାଲଖମାରେ ଭର୍ତ୍ତି ଜାତୀୟ ରାଜପଥକୁ ଗୋଡ଼ କାଢିବାକୁ ଡରୁଛନ୍ତି ଲୋକେ। 

Accident
Advertisment
Advertisment