Advertisment

ଲିଭିନି ଲକ୍ଷ୍ମୀ ମାର୍କେଟ ନିଆଁ : ୩୫ ଘଣ୍ଟା ପରେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିନି

ଓଡ୍ରାଫ୍ ସାଙ୍ଗକୁ ଫାୟାର ଟିମ୍ ନାକେଦମ୍

ଅଦ୍ୟତନ ହୋଇଛି
Puri Fire Mishap

fire

Advertisment

୩୫ ଘଣ୍ଟା ପରେ ବି ସମ୍ପୂର୍ଣ୍ଣ ଆୟତ୍ତକୁ ଆସିନି ପୁରୀ ମରିଚିକୋଟ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁ । ଏବେବି ଧୀରେ ଧୀରେ ଧୂଆଁ ବାହାରୁଛି । ଜଳିପୋଡ଼ି ଛାରଖାର ହୋଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହେଟେଲ । ଅଗ୍ନିଶମ କର୍ମଚାରୀମାନେ ଏବେ ମଧ୍ୟ ଅକ୍ସିଜେନ ମାସ୍କ ପିନ୍ଧି ଧୂଆଁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

Advertisment

ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଜଳି ପୋଡ଼ି ଛାରଖାର ହୋଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହେଟେଲ। ଗତକାଲି ଘଟଣାସ୍ଥଳରେ ସ୍ଥିତି ପରଖିଥିଲେ ଅଗ୍ନିଶମ ଡିଜି ଓ ଗୃହ ରାଷ୍ଟ୍ରମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଅଗ୍ନିକାଣ୍ଡରେ ଛାରଖାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି; କୁହୁଳା ନିଆଁରୁ ଫେରିଲା ସୁନା

Advertisment

ବୁଧବାର ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଥିଲା। ମାର୍କେଟ କଂପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକାନରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ଏହା ବ୍ୟାପିଯାଇଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।

ପୁରୀ ମରିଚିକୋଟ ଛକରେ ଥିବା ତିନି ମହଲା ବିଶିଷ୍ଟ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ ପ୍ରାୟ ୨୦ବର୍ଷ ପୁରୁଣା । କେବଳ ଗ୍ରାଉଣ୍ଡ ଫ୍ଲୋରରେ ରହିଛି ୪୩ଟି ଦୋକାନ । ଫାଷ୍ଟ ଫ୍ଲୋରରେ ଏକ ଫ୍ୟାସନ ସେଣ୍ଟର ସହ ବ୍ୟାଙ୍କ ରହିଛି । ଦ୍ୱିତୀୟ ଓ ତୃତୀୟ ମହଲାରେ ରହିଛି ଲଜିଂ ଏବଂ ହୋଟେଲ୍ ।

Advertisment

ଅଧିକାଂଶ ଦୋକାନ ଘରର ସଟର ବନ୍ଦ ରହିଥିବାରୁ ନିଆଁ ଭିତରେ ଭିତରେ ବ୍ୟାପିଥିବା କୁହାଯାଉଛି । ନିଆଁ ଲିଭାଇବାବେଳେ କିଛି ଅଗ୍ନିଶମ କର୍ମଚାରୀ ଅଣନିଃଶ୍ୱାସୀ ହୋଇ ପଡ଼ିଥିବାବେଳେ ୩ଜଣ ଆହତ ମଧ୍ୟ ହୋଇଛନ୍ତି ।

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ