/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723432498.jpg)
Punjab Floods
ଉତ୍ତର ଭାରତରେ ବର୍ଷା ବିତ୍ପାତ । ପଞ୍ଜାବ-ହିମାଚଳ ସୀମାରେ ବନ୍ୟା ପାଣିରେ ଭାସିଗଲା କାର । ଗୋଟିଏ ପରିବାରର
୯ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଛି । ୨ ଜଣ ପାଣିର ସ୍ରୋତରେ ଭାସି ନିଖୋଜ ଅଛନ୍ତି।
ପଞ୍ଜାବରୁ ହିମାଚଳ ପ୍ରଦେଶକୁ ଏକ ବିବାହ ଉତ୍ସବରେ ଯୋଗ ଦେବା ଲାଗି ଗୋଟିଏ ପରିବାରର ୧୧ ଜଣ ସଦସ୍ୟ କାରରେ ଆସୁଥିଲେ। ପଞ୍ଜାବ - ହିମାଚଳ ପ୍ରଦେଶ ସୀମା ଜୋଜୋ ଠାରେ ପୋଲ ପାର ହେବା ବେଳେ ବନ୍ୟାପାଣିରେ ଦେଖୁ ଦେଖୁ କାରଟି ଭାସିଯାଇଥିଲା ।
ଏହି ଘଟଣାକୁ ନେଇ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀରେ ଅଚାନକ ଫ୍ଲାସ ଫ୍ଲଡ ଆସିବାରୁ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।
ଅନ୍ୟପଟେ ରଜାସ୍ଥାନରେ ଭାରି ବର୍ଷାରେ ଜୟପୁର ଗ୍ରାମାଞ୍ଚଳର କାନୋତା ଡ୍ୟାମରେ ଭାସି ୫ ଯୁବକ ନିଖୋଜ ଜଣେ ଉଦ୍ଧାର ହୋଇଛନ୍ତି । ଅତିପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଜଳ ଓଭର ଫ୍ଲୋ ହେଉଥିଲା। ଏହି ସମୟରେ ଡ୍ୟାମକୁ ପ୍ରବେଶ ଲାଗି ବାରଣ କରାଯାଇଥିଲେ ବି ୫ ଜଣ ଯୁବକ ସେଠାକୁ ଗାଧେଇବାକୁ ଯାଇଥିଲେ । ଗୋଡ ଖସିଯିବାରୁ ପାଣିରେ ଭାସି ୫ ଯୁବକ ନିଖୋଜ ହୋଇଯାଇଛନ୍ତି। ଘଟଣା ପରେ କନୋଟା ଏସିପି ଓ ଏସଡିଆରଏଫ୍ ଓ ସିଭିଲ ଡିଫେନ୍ସ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ନିଖୋଜ ଯୁବକଙ୍କ ପତ୍ତା ମିଳିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)