• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଧରାପଡ଼ିଲା ଭୁବନେଶ୍ୱରରେ ଟ୍ରାଫିକ ପୋଲିସ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଟ୍ରକ୍ । ବାଙ୍କୀ ଗୋପାଳପୁର ଅଞ୍ଚଳରୁ ଟ୍ରକ୍ ଓ ଡ୍ରାଇଭରକୁ ଧରିଛି ନୟାପଲ୍ଲୀ ଥାନା ପୋଲିସ । ଗତ ୨୯ ତାରିଖ ରାତିରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ୯ ନମ୍ବର ଗେଟ୍ ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା ।

ଅଜଣା ଗାଡ଼ି ଧକ୍କାରେ ଟ୍ରାଫିକ ପୋଲିସ କର୍ମଚାରୀ ମଧୁସୁଦନ କିର୍ସାନୀଙ୍କ ମୃତ୍ୟୁ ହୋଇଥିଲା । ଡ୍ୟୁଟି ସାରି ଫେରୁଥିବା ବେଳେ ମଧୁସୂଦନଙ୍କ ଉପରେ କୌଣସି ଅଜଣା ଗାଡ଼ି ଚଢ଼େଇ ଦେଇଥିଲା । ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଖୋଜି ବାଙ୍କୀ ଗୋପାଳପୁର ଅଞ୍ଚଳରୁ ପାଇଛି ନୟାପଲ୍ଲୀ ଥାନା ପୋଲିସ । ଅଧିକ ଖୋଳତାଡ ଜାରି ରହିଛି ।

ସେହିପରି ଗତକାଲି ମଧ୍ୟ ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବିଳମ୍ବିତ ରାତିରେ ଦୁଇ ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମ ଦୁର୍ଘଟଣାଟି ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍ ନିକଟରେ ଘଟିଥିବା ବେଳେ ଅନ୍ୟଟି ବରମୁଣ୍ଡା କାଳୀ ମନ୍ଦିର ନିକଟରେ ଘଟିଛି ।

ସୂଚନା ଅନୁସାରେ, ଗତ ୧ ତାରିଖ ବିଳମ୍ୱିତ ରାତିରେ ଏକ କାର୍‌-ଟ୍ରକ୍ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଲିଅନ୍ତାର ବିଶ୍ୱଜିତ ରାୟ । ବିଶ୍ୱଜିତ ଓ ଅନ୍ୟ ୪ଜଣ ଏକ କାର୍ ଯୋଗେ ଫେରୁଥିଲେ । ତମାଣ୍ଡୋ ଗୋହିରା ଫ୍ଲାଏଓଭର ବ୍ରିଜ୍ ନିକଟରେ ଏକ ଟ୍ରକ ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା ।

ଏଥିରେ କାର୍‌ଟି ଡିଭାଇଡର ଡେଇଁ ଆରପଟେ ପଡିଥିଲା । ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ଗୁରୁତରଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ତମାଣ୍ଡୋ ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସେହିପରି ବରମୁଣ୍ଡା କାଳୀ ମନ୍ଦିର ନିକଟରେ ମଧ୍ୟ ଏକ ସଡ଼କ ଦୁର୍ଘଟଣା ଘଟିଛି । ବିଳମ୍ୱିତ ରାତିରେ ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ଫେରୁଥିଲେ । ଏହି ସମୟରେ ଏକ କାର୍ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଦୁଇଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now