Advertisment

ଭୟାନକ ଦୃଶ୍ୟ: କାର୍‌, ବାଇକ୍‌ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ, ୧୦ ମୃତ

କାର୍‌, ବାଇକ୍‌ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ। ଗୁରୁବାର ଦିନ ମାଲେସିୟା ରାଜଧାନୀ ନିକଟ ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Malaysia Plane Crash

Plane explodes after colliding with bike car in Malaysia

କାର୍‌, ବାଇକ୍‌ ସହ ଧକ୍କା ହୋଇ ହୁତୁହୁତୁ ହୋଇ ଜଳିଗଲା ବିମାନ। ଗୁରୁବାର ଦିନ ମାଲେସିୟା ରାଜଧାନୀ ନିକଟ ଏକ ୪ ଲେନ୍‌ ବିଶିଷ୍ଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବିମାନରେ ଥିବା ୮ ଜଣ ବ୍ୟକ୍ତି ଓ ୨ ଜଣ ଚାଳକ(ଜଣେ କାର୍‌ ଡ୍ରାଇଭର ଓ ଅନ୍ୟ ଜଣେ ବାଇକ୍‌ ଚାଳକ) ଅଛନ୍ତି। 

Advertisment

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ପୁରା ଧୂଆଁମୟ ହୋଇଯାଇଥିଲା। ଯାହାର ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଦୁର୍ଘଟଣା ସମୟରେ ବିଚ୍‌କ୍ରାଫ୍ଟ ମଡେଲ୍‌ ୩୯୦ ବିମାନରେ ୬ ଜଣ ଯାତ୍ରୀ ଓ ୨ ଜଣ ବିମାନ କ୍ରିୟୁ ଥିଲେ।

Advertisment

ସୂଚନା ଅନୁସାରେ, ଏହି ଛୋଟ ବିମାନଟି ଲଙ୍ଗକୱିର ଉତ୍ତର ରିସର୍ଟ ଦ୍ୱୀପରୁ ଉଡ଼ାଣ ଭରି ସୁଲତାନ ଅବଦୁଲ୍‌ ଅଜିଜ୍‌ ଶାହ ବିମାନବନ୍ଦର ଅଭିମୁଖେ ଯାତ୍ରା କରୁଥିଲା। ହେଲେ ଏହି ସମୟରେ ବିମାନଟି ହଠାତ୍‌ ରାସ୍ତାରେ କାର୍‌ ଓ ବାଇକ୍‌ ସହ ଆସି ଧକ୍କା ହୋଇ ଜଳି ଯାଇଥିଲା। ତେବେ କେଉଁ କାରଣ ପାଇଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେନେଇ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି। 

Plane Crash
Advertisment
Advertisment