• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାରାଜା ଏକ୍ସପ୍ରେସ । ଭାରତର ସବୁଠାରୁ ଆରାମଦାୟକ ତଥା ମହଙ୍ଗା ଟ୍ରେନ୍ । କୌଣସି ରାଜ ମହଲ କିମ୍ବା ପଞ୍ଚତାରକା ହୋଟେଲ ଠାରୁ କମ୍ ନୁହେଁ । ଟ୍ରେନରେ ଯାତ୍ରୀମାନଙ୍କୁ ରାଜା ମହାରାଜାଙ୍କ ଜୀବନଶୈଳୀ ଭଳି ସୁବିଧା ପ୍ରଦାନ କରାଯାଇଥାଏ। ଏହି ଟ୍ରେନରେ ସ୍ପା, ଜିମ୍‍ , ରେସ୍ତୋରାଁ, ବାର୍‍ , ଲାଇବ୍ରେରୀ, ଇଣ୍ଟରନେଟ୍‌ ଆଦିର ସୁବିଧା ରହିଛି । ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠାରୁ ଦାମୀ ଓ ମହଙ୍ଗା ଟ୍ରେନ ଯାତ୍ରା ବୋଲି କୁହାଯାଏ । 

ଯାତ୍ରୀମାନଙ୍କୁ ଦାମୀ ଯାତ୍ରାର ଅନୁଭବ ସହ ଭାରତ ଦର୍ଶନ ଉଦ୍ଦେଶ୍ୟରେ ମହାରାଜା ଏକ୍ସପ୍ରେସର ଆରମ୍ଭ ୨୦୧୦ରେ ଆରମ୍ଭ ହୋଇଥିଲା । ୧ କିଲୋମିଟର ଲମ୍ବ ବିଶିଷ୍ଟ ଏହି ଟ୍ରେନରେ ପ୍ରାୟ ୨୩ଟି ବଗି ରହିଛି । ଏଥିରେ କେବଳ ୮୮ ଜଣ ଯାତ୍ରୀ ଯାତ୍ରା କରିପାରିବେ । ଏପରି ବ୍ୟବସ୍ଥା କରାଯିବାର କାରଣ ଯାତ୍ରୀମାନେ ଯେଭଳି ସମ୍ପୂର୍ଣ୍ଣ ଭାବେ ରାଜକୀୟ ମଜାକୁ ଉପଲବ୍ଧି କରିପାରିବେ ।

ମହାରାଜା ଏକ୍ସପ୍ରେସର ରାସ୍ତାରେ ଯାତ୍ରୀମାନଙ୍କୁ ଦିଲ୍ଲୀ, ଆଗ୍ରା, ବିକାନେର, ଫତେପୁର ସିକରୀ, ଖଜୁରାହ, ଜୟପୁର, ଯୋଧପୁର, ଉଦୟପୁର, ବାରାଣାସୀ, ଓ ମୁମ୍ବାଇର ଭ୍ରମଣ କରାଇଥାଏ । ମହାରାଜା ଏକ୍ସପ୍ରେସରେ ୪ ପ୍ରକାର ଭ୍ରମଣର ପ୍ୟାକେଜ ରହିଛି।  ସମସ୍ତ ପ୍ୟାକେଜର ମୂଲ୍ୟ ଭିନ୍ନ ଭିନ୍ନ ରହିଛି । ଟ୍ରେନରେ ଥିବା ବୃହତ କକ୍ଷରେ ପ୍ରାୟ ବଡ଼ ଖଟ, ଟିଭି ଓ ବଡ଼ ବଡ଼ ହୋଟେଲ ଭଳି ସମସ୍ତ ସୁବିଧା ରହିଛି । ଏହାସହ ଇଣ୍ଟରନେଟ ଓ ଅନ୍ୟାନ୍ୟ ସୁବିଧା ରହିଛି ।

ଭିଡିଓ କ୍ରିଏଟର୍ କୁଶାଗ୍ରା ଏହି ଟ୍ରେନର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଟ୍ରେନର ଭିତର ଦୃଶ୍ୟ ଦେଖିଲେ ଆଖିକୁ ବିଶ୍ୱାସ କରିହେବ ନାହିଁ । ଭିଡିଓରେ ସେ ଏକ ପ୍ରେସିଡେନସିଆଲ ସୁଟ୍ ଦେଖାଇଛନ୍ତି । ଆଉ ତା’ ଭିତରେ ଥିବା  କୋଠରୀରେ ବିଳାସପୂର୍ଣ୍ଣ ସୋଫା, ଟେବୁଲ୍, ପରଦା, ଦୀପ, ଟେବୁଲ୍ ଇତ୍ୟାଦି ଲାଗିଛି । ଭିତରେ ଟିଭି ଏବଂ ଅନ୍ୟାନ୍ୟ ସୁବିଧା ସହିତ ଏକ ସୁନ୍ଦର ଶୟନ କକ୍ଷ ରହିଛି । ୱାଶରୁମ୍ ମଧ୍ୟ ହୋଟେଲ ପରି ଖୁବ୍‌ ବିଳାସପୂର୍ଣ୍ଣ । ତେବେ ଏଥିରେ ଯାତ୍ରା କରିବା ପାଇଁ ଆପଣଙ୍କୁ ୧୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ ।

ଆଉ ଏହି ଟିକେଟ ପ୍ରାଇସରେ ଆପଣଙ୍କୁ ମିଳିବ ସେମିତି ହି ରାଜକୀୟ ଅନୁଭୂତି । ୭ ଦିନ ୭ ରାତିର ଏହି ଯାତ୍ରାରେ ୭-୮ଟି ଡେଷ୍ଟିନେସନ ବୁଲି ହେବ । ଆଉ ଏଠି ରାଜକୀୟ ସର୍ଭିସ୍ ଦେବେ ଏହି ଟ୍ରେନର ୬୦ ଜଣ ଷ୍ଟାଫ୍ । ଚଳନ୍ତା ଟ୍ରେନରେ ସବୁ ଯାତ୍ରୀଙ୍କର ଖୁବ୍ ଭଲରେ ଯତ୍ନ ନେଇଥାଆନ୍ତି କର୍ମଚାରୀ । ଖାଇବା ପ୍ରସ୍ତୁତି ବି ରାଜକୀୟ ଢାଞ୍ଚାରେ । ଆଉ ଖାଇବା ପରସା ମଧ୍ୟ ହୋଇଥାଏ ରାଜକୀୟ ଢାଞ୍ଚାରେ । ପ୍ଲେଟ୍ ଦେଖିଲେ ତ ଆପଣଙ୍କ ହୋସ୍ ଉଡିଯିବ ।

ପ୍ଲେଟ ହେଉ କି ଚାମଚ ସବୁଥରେ ଦେଖିପାରିବେ ସୁନାର ଛାଉଣୀ। ତେବେ ଏଭଳି ରୟାଲ୍ ଏକ୍ସପେରିନ୍ସ ପରେ ସବୁ ଯାତ୍ରୀ ବେଶ ପ୍ରଶଂସା କରନ୍ତି ଓ ଆଉ କୁହନ୍ତି ଯେ, ଏହି ଯାତ୍ରା ସେମାନଙ୍କ ଜୀବନ ସାରା ମନେ ରହିବ । ଆଉ ଆପଣଙ୍କର  ପକେଟ୍ ଯଦି ପରମିସନ ଦିଏ ତେବେ ଏହି ରାଜକୀୟ ମହାରାଜା ଏକ୍ସପ୍ରେସରେ ଥରୁଟିଏ ଯାତ୍ରା କରିବାକୁ ନିଶ୍ଚୟ ଯିବେ ।