• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅମାନବିକତାର ଆଉ ଏକ ଉଦାହରଣ । ମଣିଷକୁ ଯେତେବେଳେ ଲୋଭ ଗ୍ରାସ କରେ, ସେତେବେଳେ ମଣିଷ ନିଜକୁ ବି ଚିହ୍ନି ପାରେ ନାହିଁ । ଠିକ୍‌ ଏମିତି କିଛି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ । ଏକ ଟମାଟୋ ବୋଝେଇ ଟ୍ରକ ଓଲଟି ପଡ଼ିବା ପରେ ସାମ୍ନାକୁ ଆସିଛି ଲୋଭି ମଣିଷର ଚିତ୍ର । ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ର ଡ୍ରାଇଭର କିମ୍ବା ହେଲପରଙ୍କୁ ଉଦ୍ଧାର କରିବା ବଦଳରେ ଲୋକେ ଟମାଟୋ ରାସ୍ତାରେ ପଡ଼ିଥିବା ଟମାଟୋ ଚୋରି କରିବା ଆରମ୍ଭ କଲେ । 

ତେବେ ପୁରା ଘଟଣାଟି ହେଲା, ଓଲଟିଲା ଟମାଟୋ ବୋଝେଇ ଟ୍ରକ, ଆଉ ଟମାଟୋ ବୋହିନେଲେ ଲୋକେ। ଯିଏ ଯେତିକି ପାରିଲେ ବେଧଡକ ଉଠାଇନେଲେ । ବ୍ୟାଗ୍, ଅଖା, ଡବା ଯାହା ପାଇଲେ ଭର୍ତିକରି ଘରକୁ ବୋହିନେଲେ। ଆଜି ସକାଳୁ ସମ୍ବଲପୁର ଜମନକିରା ଆମ୍ବଲାଙ୍ଗ ସ୍ଥିତ ପିଠାମାରେନ ବୁଲାଣିଠାରେ ଭାରସାମ୍ୟ ହରାଇ ଟମାଟୋ ବୋଝେଇ ଟ୍ରକଟି ଓଲଟି ପଡିଥିଲା ।

ଟ୍ରକରୁ ଟମାଟୋ ସବୁ ରାସ୍ତା ଉପରେ ଗଦା ହୋଇ ରହିଥିଲା। ଟ୍ରକ୍ ଓଲଟିବା ଦେଖି ପହଁଚିଯାଇଥିଲେ ସ୍ଥାନୀୟ ଅଂଚଳର ଅନେକ ଲୋକ। ଟ୍ରକ ତଳୁ ବସ୍ତା, ବ୍ୟାଗ ଓ ଟ୍ରେରେ ଟମାଟୋ ବୋହି ନେଇଥିଲେ। ଲୋକେ ଟମାଟ ବୋହି ନେଉଥିବାର ଭିଡିଓ ଭାଇରାଲ ହେଉଛି । ସେପଟେ ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି।