Advertisment

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଅଜଣା ଗାଡ଼ି, ୯ ମୃତ

ଅଟୋରେ ପ୍ରାୟ ୧୫ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ବହୁ ଯାତ୍ରୀ ଟ୍ରକ୍‌ ଚକା ତଳେ ଚାପି ହୋଇ ଯାଇଥିଲେ। ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
Bihar Lakhisarai Road Accident

Road Accident, 9Dead

ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ଅଟୋକୁ ଅଜଣା ଗାଡି ଧକ୍କା ଦେବା ଫଳରେ ୯ଜଣଙ୍କର ମୃତ୍ୟୁ ଘଟିଛି । ବିହାର ଲଖିସରାଇ ଜିଲ୍ଲା ରାମଗଡ଼ ଥାନା ଝୁଲୌନ ଗାଁ ନିକଟରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ସୂଚନାନୁସାରେ, ଲଖିସରାୟ-ସିକନ୍ଦରାର ବିହାରୌରା ଗ୍ରାମ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଅଟୋଟି ଖଣ୍ଡଖଣ୍ଡ ହୋଇଯାଇଥିଲା। ଅଟୋରେ ପ୍ରାୟ ୧୫ଯାତ୍ରୀ ଥିବା ବେଳେ ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ବହୁ ଯାତ୍ରୀ ଟ୍ରକ୍‌ ଚକା ତଳେ ଚାପି ହୋଇ ଯାଇଥିଲେ। ଆଉ କିଛି ଛିଟିକି ରାସ୍ତା ଉପରେ ପଡ଼ିଥିଲେ।

ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ପୋଲିସକୁ ସୂଚନା ଦେଇଥିଲେ। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ମୃତାହତଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
Road Accident Auto Rickshaw
Advertisment
Advertisment