/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749792575.jpg)
Plane Crash
ଜାନୁଆରୀରେ ହୋଇଥିଲା ବିବାହ । ଆଉ ବିବାହ ପରେ ପରେ ସ୍ୱାମୀ ଫେରିଯାଇଥିଲେ ବିଦେଶ । ୪ ମାସ ପରେ ସ୍ୱାମୀଙ୍କୁ ଭେଟିଥାନ୍ତେ ନନବିବାହିତା ପତ୍ନୀ । ଏଥିପାଇଁ ଖୁଶବୁଙ୍କ ଖୁସିର ସୀମା ନଥିଲା । ଫ୍ଲାଇଟ୍ ଯୋଗେ UK ବାହାରିଥିଲେ ଖୁସବୁ । ହେଲେ ଭାଗ୍ୟର ବିଡମ୍ବନା, ଅହମ୍ମଦାବାଦରେ ବିମାନଟି କ୍ରାସ ହୋଇଛି । ଗତକାଲି କ୍ରାସ୍ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ହିଁ ଯାତ୍ରା କରୁଥିଲେ ଖୁସବୁ । ବିମାନଟି ଟେକ୍ ଅଫ୍ ହେବାବେଳେ ହିଁ ସମ୍ପୂର୍ଣ୍ଣ ଜଳିଯାଇଛି ।
ଚଳିତ ବର୍ଷ ଜାନୁଆରୀରେ ବିବାହ କରିଥିଲେ ଖୁଶବୁ ଏବଂ ବିପୁଲ । UKର ବ୍ରିଟେନରେ ଚାକିରି କରିଥିବାରୁ ବିବାହ ପରେ ପରେ ହିଁ ନବବିବାହିତା ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ସେଠାକୁ ଫେରିଯାଇଥିଲେ । ରାଜସ୍ଥାନ ବାଲୋତ୍ରା ଜିଲ୍ଲାରୁ ବାହାରି ବୁଧବାର ରାତିରେ ଗୁଜୁରାଟର ଅହମଦାବାଦରେ ପହଞ୍ଚିଥିଲେ ଖୁଶବୁ । ଏୟାରପୋର୍ଟରେ ଖୁଶବୁଙ୍କ ସହ ବାପା ମଦନ ସିଂ ଫଟୋ ଉଠାଇଥିଲେ । ଆଉ ବିମାନ ଉଡାଣ ଭରିବା ପରେ ଝିଅକୁ ଆଶୀର୍ବାଦ ଦେଇ ମଦନ ହ୍ୱାଟ୍ସଆପ୍ରେ ଲେଖିଥିଲେ, "ଆଶୀର୍ବାଦ ଖୁସବୁ ବେଟା...ସେ ଲଣ୍ଡନ ଯାଉଛି"(Ashirwad Khushbu Beta...Going to London) । ଖୁଶବୁ ପରିବାରକୁ ଛାଡି ଲଣ୍ଡନ ଯିବା ସମୟରେ ଭାବବିହ୍ୱଳ ହୋଇଯାଇଥିଲେ ପରିବାରଲୋକେ । ଖୁଶବୁ କାନ୍ଦ କାନ୍ଦ ହୋଇ ନିଜ ମାଆ ଓ ଭାଇଙ୍କୁ ଜାବୁଡ଼ି ଧରି ଆଲିଙ୍ଗନ କରିଥିଲେ । ଆଉ ବିଦାୟ ନେଇଥିଲେ । ହେଲେ କିଏ ଜାଣିଥିଲା ଯେ, ଏହି ବିଦାୟ ଅନ୍ତିମ ବିଦାୟ ହେବ ।
ଦୁର୍ଘଟଣାସ୍ଥଳରୁ 265 ମୃତଦେହ ଉଦ୍ଧାର କରାଯାଇଥିବା ଅଧିକାରୀଙ୍କ ପକ୍ଷରୁ ଗୁରୁବାର ରାତି 11ଟା 30 ସୁଧା ସ୍ପଷ୍ଟ କରାଯାଇଛି । ମୃତକଙ୍କ ମଧ୍ୟରେ ଭାରତୀୟଙ୍କ ସମେତ, ୟୁକେ, ପର୍ତ୍ତୃଗାଲ ଏବଂ କାନାଡାର ନାଗରିକ ମଧ୍ୟ ରହିଛନ୍ତି । ଏନଡିଆରଏଫ, ସିଆଇଏସଏଫ ଟିମ୍ ବଡ଼ ଧରଣର ରେସ୍କ୍ୟୁ ଅପରେସନ ଜାରି ରଖିଥିଲେ । କେବଳ ଜଣଙ୍କ ଜୀବନ ବଞ୍ଚିପାରିଥିବାବେଳେ ବିମାନର ଅନ୍ୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାସହ ବିମାନଟି ଖସିଥିବା ସ୍ଥାନରେ ହଷ୍ଟେଲ ଥିବାରୁ ସେଠାରେ ଥିବା ଅନେକ ଡାକ୍ତରୀ ଛାତ୍ରଙ୍କ ଜୀବନ ବି ଯାଇଛି । ସେପଟେ ଦୁର୍ଘଟଣାର ତଦନ୍ତ କରୁଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)