Advertisment

ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ଦମ୍ପତି, ଉଦ୍ଧାର କରି ହସ୍ପିଟାଲ୍‌ ନେଲେ ବିଧାୟକ...

ମାନବିକତା ଦେଖାଇଲେ ବ୍ରହ୍ମଗିରି ବିଧାୟକ। ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇ ଥିଲେ ବିଧାୟକ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
MLA Lalitendu Bidyadhar Mohapatra helps accident hit couple

MLA Lalitendu Bidyadhar Mohapatra helps accident hit couple

ମାନବିକତା ଦେଖାଇଲେ ବ୍ରହ୍ମଗିରି ବିଧାୟକ। ଦମ୍ପତିଙ୍କ ଜୀବନ ବଞ୍ଚାଇବା ସହ ଗୋଲଡେନ୍ ଆୱାରର ବାର୍ତ୍ତା ଦେଇଛନ୍ତି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ବାଇକ୍ ଦୁର୍ଘଟଣାରେ ଆହତ ହୋଇ ରାସ୍ତାକଡ଼ରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡିଥିବା ଦମ୍ପତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡାକ୍ତରଖାନାରେ ପହଞ୍ଚାଇ ସେମାନଙ୍କ ଜୀବନ ବଞ୍ଚାଇ ଥିଲେ ବିଧାୟକ।

Advertisment

ସୂଚନା ଅନୁସାରେ, ଭୁବନେଶ୍ୱର ଜଦୁପୁର ଅଞ୍ଚଳର ଦମ୍ପତି ପୁରୀରୁ ବାଇକ୍‌ରେ ଭୁବନେଶ୍ୱର ଯାଉଥିଲେ। ଏହି ସମୟରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ତେଇଶିପୁର ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ସେତେବେଳେ ସେହି ରାସ୍ତା ଦେଇ ଭୁବନେଶ୍ୱରରୁ ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିକୁ ଯାଉଥିଲେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର।

ରାସ୍ତାରେ ଲୋକ ରୁଣ୍ଡ ହୋଇଥିବା ଦେଖି ଗାଡ଼ି ଅଟଟାଇ ଥିଲେ। ପରେ ଆହତ ଦମ୍ପତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ମଙ୍ଗଳପୁର ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ। ଆହତ ଦମ୍ପତିଙ୍କ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଅନୁରୋଧ ମଧ୍ୟ କରିଥିଲେ।

Advertisment
Accident
Advertisment
Advertisment