Advertisment

Matric Student Dies: ଅଧା ରହିଲା ମାଟ୍ରିକ ପରୀକ୍ଷା; କଲମ ଧରିବା ପୂର୍ବରୁ ଟଳିପଡିଲେ ଛାତ୍ର

ଆଜି ସକାଳେ ୨ ଜଣ ଛାତ୍ର ଏକ ବାଇକ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ। ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଅଧାରେ ରହିଲା ମାଟ୍ରିକ ପରୀକ୍ଷା। ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ। ମାଲକାନଗିରି ଜିଲ୍ଲା ଚନ୍ଦନଗୁଡ଼ା ଛକ ନିକଟରେ ବାଇକ୍ ଓ ପିକଅପ୍‌ ଭ୍ୟାନ ମୁହାଁମୁହିଁ ଧକ୍କା ହେବାଫଳରେ ଚାଲିଗଲା ଛାତ୍ରଙ୍କ ଜୀବନ। ମୃତ ଛାତ୍ର ଜଣଙ୍କ ହେଲେ ଲିକ୍ରମ ସର୍ଦ୍ଦାର। ଦୁର୍ଘଟଣାରେ ଅନ୍ୟ ଛାତ୍ର ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ମାଟ୍ରିକ ପିଲାଙ୍କୁ ଆଣୁଥିବା ବୋଲେରୋ ଦୁର୍ଘଟଣାଗ୍ରସ୍ତ...ଜଣେ ମୃତ, ଏକାଧିକ ଛାତ୍ରଛାତ୍ରୀ ଆହତ

ଆଜି ସକାଳେ ୨ଜଣ ଛାତ୍ର ଏକ ବାଇକ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ। ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment

ଆଜି ମାଟ୍ରିକ ପରୀକ୍ଷା ସରୁଥିଲା। ହେଲେ ପରୀକ୍ଷାର ଶେଷ ଦିନରେ ଛାତ୍ରଙ୍କ ଜୀବନ ଚାଲିଗଲା। ଛାତ୍ରଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। 

ଅଧିକ ପଢ଼ନ୍ତୁ: ରାଜଧାନୀ ମୋ ବସ୍ ଆତଙ୍କ, ଲୋକେ କହୁଛନ୍ତି ଯମ ଆସିଲା ବାଟ ଛାଡ଼

Malkangiri Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ