Road Accident
ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା କାର୍ । ଚାଲିଗଲା ୯ ଜଣଙ୍କ ଜୀବନ । ଆଜି ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସମସ୍ତ ମୃତକ ଝାଡଖଣ୍ଡ ନିମଡିହ ଅଞ୍ଚଳର ହୋଇଥିବା ଜଣାପଡିଛି ।
ସକାଳ ପ୍ରାୟ ସାଢେ ୬ଟାରେ ପୁରୁଲିଆ ଜିଲ୍ଲା ବଳରାମପୁର ନିକଟ NHରେ ଦୁର୍ଘଟଣା ହୋଇଛି । ପୋଲିସ ସୂଚନା ମୁତାବକ, ମୃତକମାନେ ପୁରୁଲିଆ ବରବଜାର ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ କାର୍ରେ ଯାଇଥିଲେ । ଭୋଜି ଖାଇ ଆଜି ସକାଳୁ ଝାଡଖଣ୍ଡ ଫେରୁଥିବାବେଳେ ବଳରାମପୁର ନାମସୋଲର ୧୮ ନଂ ଜାତୀୟ ରାଜପଥରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଅଧିକ ପଢ଼ନ୍ତୁ: ମିଳିଲା ଦ୍ବିତୀୟ ବ୍ଲାକବକ୍ସ, ରହିଛି କକପିଟ୍ ଭଏସ୍ ରେକର୍ଡର
ଦୁର୍ଘଟଣାରେ କାର୍ଟି ପୂରା ଚୁରମାର୍ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିରୁ ୯ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲା । ପୋଲିସ୍ ଟ୍ରକକୁ ଜବତ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750403652.jpg)