Advertisment

Cyclone Fengal: ବର୍ଷା ପାଣି ପଶି ଚାର୍ଜ ହୋଇଗଲା ATM; ଯୁବକ ମୃତ, ପାଣିରେ ଭାସୁଛି ମୃତଦେହ

ATMକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଇଲେକଟ୍ରିକ୍ କରେଣ୍ଟ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତଦେହ ATM ବାହାରେ ଥିବା ପାଣିରେ ବୁଡି ରହିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
ATM

ATM

Advertisment

ବାତ୍ୟା ଫେଞ୍ଜଲ୍ ପ୍ରଭାବରେ ତାମିଲନାଡୁର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଚେନ୍ନାଇରେ ମଧ୍ୟ ପ୍ରବଳ ବର୍ଷା ହେଉଛି। ରସ୍ତା ଘାଟ ଜଳମଗ୍ନ। ଏହାରି ଭିତରେ ଏଟିଏମ୍‌ରେ ବି ପାଣି ପଶିଯାଇଛି। ତେବେ ATMକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଇଲେକଟ୍ରିକ୍ କରେଣ୍ଟ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତଦେହ ATM ବାହାରେ ଥିବା ପାଣିରେ ବୁଡି ରହିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Advertisment

ଆଜି ଚେନ୍ନାଇରେ ବନ୍ୟା ପ୍ରଭାବିତ ରାସ୍ତାରେ ATM ଆଉଟଲେଟ୍ ବାହାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତଦେହଟି ପାଣିରେ ଭାସୁଥିଲା। କିଛି ଲୋକ ଏହା ଦେଖି ମୃତଦେହଟିକୁ ବାଡ଼ି ସାହାଯ୍ୟରେ ଟାଣି ଆଣିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଥିଲା। ପୋଲିସର ସୂଚନା ଅନୁଯାୟୀ, ମୃତକଙ୍କ ପରିଚୟ ଏଯାଏ ଅସ୍ପଷ୍ଟ ରହିଛି। ତେବେ ବିଦ୍ୟୁତ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଘଟଣାର ତଦନ୍ତ କରାଯାଉଛି। ଗତ ସପ୍ତାହରେ ଫେଞ୍ଜଲ୍ ଯୋଗୁଁ ଶ୍ରୀଲଙ୍କା ଉପକୂଳରେ ୬ ଜଣ ଶିଶୁଙ୍କ ସମେତ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା।

Advertisment

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ରହିଛି ବାତ୍ୟା ଫେଞ୍ଜଲ୍ । ଆଜି ତାମିଲନାଡୁ-ପୁଡୁଚେରୀ ମଝିରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଲୋନ । ବାତ୍ୟା ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀ ଉପକୂଳରେ ଆରମ୍ଭ ହୋଇଛି ବର୍ଷା ପବନ । ସାଇକ୍ଲୋନ୍ ଫେଞ୍ଜଲ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଆଜି ସନ୍ଧ୍ୟା ସୁଦ୍ଧା ଉତ୍ତର ତାମିଲନାଡ଼ୁ ଓ ପୁଡୁଚେରୀ ମଧ୍ୟରେ କରାଇକାଲ-ମହାମବଳିପୁରମ୍ ଦେଇ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ଇତିହାସରେ ପ୍ରଥମ !! ମରୁଭୂମିରେ ତୁଷାରପାତ

ଏତିକିବେଳେ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ରହିପାରେ । ସ୍ଥଳ ବିଶେଷରେ ଏହା ବଢି ୯୦ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାଇକ୍ଲୋନିକ୍ ଷ୍ଟର୍ମ ଫେଞ୍ଜଲ୍ ଯୋଗୁଁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବନ୍ଦ ରହିଛି। ସହରର ଅନେକ ଅଞ୍ଚଳରେ ପାଣି ଜମା ହୋଇଥିବାର ଖବର ଆସିଛି। ତାମିଲନାଡୁ ଏବଂ ପୁଡୁଚେରୀର ଚେନ୍ନାଇ, ତିରୁଭାଲୁର, କାଞ୍ଚିପୁରାମ, କାଲାକୁରିଚି ଏବଂ କୁଡାଲୋର ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Advertisment

ଅଧିକ ପଢନ୍ତୁ: ବଳ ଗୋଟାଉଛି ଫେଙ୍ଗଲ, ଉପକୂଳରେ ଆରମ୍ଭ ହେଲାଣ ବର୍ଷା..!

Weather Cyclones Chennai Heavy Rain Waterlogging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ