ପିକ୍‌ନିକ୍‌ରେ ଯାଇଥିଲେ; ପୂରା ପରିବାର ଉଜାଡିଦେଲା ଫ୍ଲାସଫ୍ଲଡ୍, ଭାସିଗଲେ ୫ଜଣ

ପିଲାମାନେ ଭୂସି ବନ୍ଧ ନିକଟରେ ବହୁଥିବା ପାହାଡି ଝରଣାରେ ଗାଧୋଉଥିଲେ। ହଠାତ ବର୍ଷା ଯୋଗୁ ଫ୍ଲାସ ଫ୍ଲଡ୍ ଆସିବାରୁ ଏମାନେ ଭାସିଯାଇଥିଲେ । ଭାସି ଯାଇଥିବା ମହିଳା ଓ ପିଲାମାନେ ପୁଣେ ସୟଦ ନଗରର ବାସିନ୍ଦା।

Lonavala waterfall mishap

ମହାରାଷ୍ଟ୍ର ଲୋନାବାଲର ଭୁସି ଡ୍ୟାମ ନିକଟ ଜଳପ୍ରପାତରେ ଅଘଟଣ। ପିକ୍‌ନିକ୍‌ ପାଇଁ ଯାଇଥିବା ଗୋଟିଏ ପରିବାରର ୫ଜଣ ଭାସିଯାଇଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ସର୍ଚ୍ଚ ଅପରେସନ ପରେ ୩ ଜଣଙ୍କ ସମୃତଦେହ ଉଦ୍ଧାର କିରଛି ରେସ୍କ୍ୟୁ ଟିମ୍‌ । ଆଉ ୨ ଜଣଙ୍କ ଶିଶୁ ଏବେ ବି ନିଖୋଜ ଅଛନ୍ତି ।

ଲୋନାଭାଲା ପୋଲିସ ଷ୍ଟେସନ ଓଆଇସି ମୟୁର ଅଗ୍ନୱେଙ୍କ ସୂଚନା ଅନୁସାରେ, ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ଭୁସି ଡ୍ୟାମ ବ୍ୟାକ ୱାଟର ନିକଟରେ ଏହି ଅଘଟଣ ଘଟିଛି। ପିଲାମାନେ ଭୂସି ବନ୍ଧ ନିକଟରେ ବହୁଥିବା ପାହାଡି ଝରଣାରେ ଗାଧୋଉଥିଲେ। ହଠାତ ବର୍ଷା ଯୋଗୁ ଫ୍ଲାସ ଫ୍ଲଡ୍ ଆସିବାରୁ ଏମାନେ ଭାସିଯାଇଥିଲେ । ଭାସି ଯାଇଥିବା ମହିଳା ଓ ପିଲାମାନେ ପୁଣେ ସୟଦ ନଗରର ବାସିନ୍ଦା। ସ୍ଥନୀୟ ଲୋକଙ୍କ ଅନୁସାରେ ସେମାନେ ଝରଣା ତଳେ ଲାଗିଥିବା ପଥରରେ ଖସି ପାଣି ବେଗରେ ବହିଯାଇ ବୁଡି ଯାଇଛନ୍ତି।

ଅଧିକ ପଢ଼ନ୍ତୁ: ଟ୍ରକ୍‌କୁ ପଛରୁ ପିଟିଲା ତୀର୍ଥଯାତ୍ରୀ ଟ୍ରାଭେଲର, ୧୩ ଜଣଙ୍କର ଗଲା ଜୀବନ

ତେବେ ମହିଳାଙ୍କ ବୟସ ୩୬ ଓ ପିଲାଙ୍କ ବୟସ ୪ରୁ ୧୩ବର୍ଷ ମଧ୍ୟରେ। ସ୍ଥାନୀୟ ଲୋକଙ୍କ ସମେତ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିରେ ମହିଳାଙ୍କ ସମେତ ମୋଟ୍ ୩ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ୩୬ବର୍ଷୀୟା ସାହିସ୍ତା ଅନସାରୀ, ୧୩ବର୍ଷୀୟା ଅନୀମା ଅନସାରୀ ଓ ୮ବର୍ଷର ଉମେରା ଅନସାରୀ। ଏବେବି ଅଦନାନ ଅନସାରୀ ଓ ମାରୀୟା ସୟେଦ ନିଖୋଜ ଥିବା ଏସପି ସୂଚନା ଦେଇଛନ୍ତି। ପୋଲିସ ଓ ରେସ୍କ୍ୟୁ ଟିମ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ଘଟଣାର ସମସ୍ତ ଚିତ୍ର କ୍ୟାମେରାରେ କଏଦ ହୋଇଛି ।