Advertisment

୫୫ ଘଣ୍ଟାର ସଂଘର୍ଷ ପରେ ବୋରୱେଲ ଭିତରେ ଫସି ପ୍ରାଣ ହରାଇଲା କୁନି ଝିଅ

ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ ।

author-image
Chandan Shishu
ଅଦ୍ୟତନ ହୋଇଛି
little old girl who was rescued from the borewell has passed away

little old girl who was rescued from the borewell has passed away

୫୫ ଘଣ୍ଟା ପରେ ବୋରୱେଲ ଭିତରେ ଖସିପଡ଼ିଥିବା ଅଢେଇ ବର୍ଷର ଶିଶୁ ଉଦ୍ଧାର। ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ ବୋରୱେଲ ଭିତରେ ଖସିପଡ଼ିଥିବା ଅଢେଇ ବର୍ଷର 
କୁନି ଝିଅକୁ ଉଦ୍ଧାର କରାଯାଇଛି ସତ କିନ୍ତୁ ତାର ମୃତ୍ୟୁ ହୋଇଛି। ଗଭୀର ବୋରୱେଲ ତଳକୁ ଖସିପଡ଼ିଥିଲା କୁନି ଝିଅ । ସ୍ଥାନୀୟ ପ୍ରଶାସନ, ବାୟୁ ସେନା, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ମିଳିତ ଭାବେ ଝିଅକୁ ଉଦ୍ଧାର ପାଇଁ ଅପରେସନ ଚଳାଇଥିଲେ। 

Advertisment

ବୋରୱେଲ ପାଖରେ ସମାନ୍ତରାଳ ଭାବେ ଖୋଳା ଚାଲିଥିଲା ଆଉ ଏକ ଗାତ । କୁନି ଝିଅକୁ ଅକ୍ସିଜେନ ଦିଆଯାଉଥିଲା । ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ । କିଛି ବର୍ଷ ପୂର୍ବେ ଜଣେ ଚାଷୀ ବୋରୱେଲ ଖୋଳିଥିବା ବେଳେ ପାଣି ନବାହାରିବାରୁ ଅଧାରୁ କାମ ବନ୍ଦ କରିଦେଇଥିଲେ । ବୋରୱେଲଟି ଖୋଲା ଛାଡି ଦିଆଯାଇଥିବା ବେଳେ ଛୋଟ ଝିଅଟି ସେଥିରେ ଖସିପଡିଥିଲା। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ନିର୍ଦ୍ଦେଶ ଦେଇଥିଲେ। 

Advertisment

ସେପଟେ ବିହାର ରୋହତାସରେ ପୋଲର ସ୍ଲାବ ଓ ପିଲାର ମଧ୍ୟରେ ଫସିଯାଇଥିବା ୧୨ ବର୍ଷର ବାଳକ ମଧ୍ୟ ପ୍ରାଣ ହରାଇଛି। ବିହାର ନସିରଗଂଜ-ଦାଉଦନଗର ଅଂଚଳରେ ଥିବା ସୋନ୍ ବ୍ରିଜରେ ଏହି ଅଘଟଣ ଘଟିଥିଲା। ବ୍ରିଜର ପିଲାର ଏବଂ ସ୍ଲାବ ମଧ୍ୟରେ ଫସିରହିଥିଲା ୧୨ବର୍ଷୀୟ ରଂଜନ କୁମାର ଶାହ। ଏନଡିଆରଏଫ୍ ଟିମ୍ ପ୍ରଥମେ ପିଲାରକୁ କାଟି ନାବାଳକକୁ ଉଦ୍ଧାର କରିବାକୁ ଯୋଜନା କରିଥିଲେ। ତେବେ ଏଥିରେ ସଫଳତା ନମିଳିବାରୁ ପରେ ଆପ୍ରୋଚ୍ ରୋଡର ସ୍ଲାବକୁ ବାହାର କରାଯାଇ ପିଲାଟିକୁ ଉଦ୍ଧାର କରିଯାଇଥିଲା। ତେବେ ହସପିଟାଲରେ ତାର ମୃତ୍ୟୁ ହୋଇଛି।

Madhya Pradesh Borewell
Advertisment
Advertisment