Advertisment

Labourer Death: ନିର୍ମାଣାଧୀନ କୋଠାରୁ ଖସି ପଡିଲେ ଶ୍ରମିକ; ଚାଲିଗଲା ଜୀବନ

ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣାଧିନ କୋଠାରେ ଲୁହାରଡ ବାନ୍ଧୁଥିବା ବେଳେ ଖସି ପଡିବାରୁ ଜଣେ ଶ୍ରମିକଙ୍କର ପ୍ରାଣହାନୀ ହୋଇଛି । ଶ୍ରମିକଙ୍କ ଘର ବିହାର ବୋଲି ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
Labour death

Labour death

Advertisment

କଟକରେ ନିର୍ମାଣାଧୀନ କୋଠାର ୬ ମହଲାରୁ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ଶୈଳବାଳା ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମାଣାଧିନ କୋଠାରୁ ସଂପୃକ୍ତ ଶ୍ରମିକ ଖସିପଡ଼ି ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତଦେହକୁ ଉଦ୍ଧାର କରି SCB ମେଡିକାଲକୁ ବ୍ୟବଛେଦ ପାଇଁ ପଠାଯାଇଛି।

Advertisment

ଅଧିକ ପଢନ୍ତୁ: ଡଙ୍ଗା ବୁଡି ୨ ଛୁଆ ମୃତ, ମା’ ନିଖୋଜ: ଅଳ୍ପକେ ବର୍ତ୍ତିଲେ ବାପା

ମୃତ ଶ୍ରମିକ ଜଣଙ୍କ ବିହାରର ବୋଲି କୁହାଯାଉଛି। ମୃତକଙ୍କ ନାଁ ସୁଜୟ କୁମାର, ବୟସ ୨୦ ବର୍ଷ। ଛଅ ତାଲା ଉପରେ ଲୁହାରଡ଼ ବାନ୍ଧୁଥିବା ବେଳେ ଦୁଭାର୍ଗ୍ୟବଶତଃ ଖସି ପଡ଼ିଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ କଟକ ସିଟି ହସ୍ପିଟାଲରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶରୀରକୁ କଟକ ଏସସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି କ୍ୟାଣ୍ଟନମେଣ୍ଟ ଥାନା ପୋଲିସ୍।

ଶବ ବ୍ୟବଚ୍ଛେଦ ପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ତେବେ ନିର୍ମାଣ କାର‌୍ୟ୍ୟ ଚାଲିଥିବା ବେଳେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ନା ନାହିଁ ତାହା ଜଣାପଡ଼ିନାହିଁ।

Advertisment

ଅଧିକ ପଢନ୍ତୁ: ଡିଭାଇଡରକୁ ପିଟିଲା କାର; ୨ମୃତ

Accident In Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ