Advertisment

ରେଳ ମନ୍ତ୍ରଣାଳୟ ପାଇଁ ନୂଆ ଶିକ୍ଷା କୋରେଇ ଟ୍ରାଜେଡି

କୋରେଇ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କମିଶନର ଅଫ୍ ରେଲେଓ୍ବ ସେଫ୍ଟି- ସିଆର୍‌ଏସ୍‌ଙ୍କୁ ଦିଆଯାଇଛି।

ଅଦ୍ୟତନ ହୋଇଛି
undefined

How the tragic incident could have been averted

Advertisment

ବଡ଼ ଅସ୍ବାଭାବିକ ଲାଗୁଛି ଗତକାଲି ଯାଜପୁର କୋରେଇରେ ଘଟିଥିବା ମାଲଗାଡି ଦୁର୍ଘଟଣା। କାରଣ ଆଗରୁ କେବେ ଏଭଳି ଦୁର୍ଘଟଣା ରାଜ୍ୟର କେଉଁଠି ବି ଘଟିନାହିଁ। ଖାସ୍ କରି ଟ୍ରେନର ଆଗ ଓ ପଛ ଡବା ସୁରକ୍ଷିତ ଥିଲେ ମଧ୍ୟ ମଝିର କିଛି ଡବା ଲାଇନଚ୍ୟୁତ ହେବା ଓ ଗୋଟିକ ପରେ ଗୋଟିଏ ଚଢି ଯାଇ ଯାତ୍ରୀ ବିଶ୍ରାମଗାର, ଟିକେଟ ଘର ଓ ଫୁଟ୍ ଓଭରବ୍ରିଜକୁ ମାଡିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରେଲେଓ୍ୱ ସେଫ୍ଟି କମିଶନର ଘଟଣାର ତଦନ୍ତ କରୁଥିବା ବେଳେ ଏଭଳି ଦୁର୍ଘଟଣା ଟାଳିବାକୁ ହେଲେ ପାସେଞ୍ଜର ଟ୍ରେନ୍ ଭଲି ମାଲଗାଡ଼ିରେ ବି ସେଣ୍ଟ୍ରାଲ ବଫର୍ କପଲିଙ୍ଗ୍  ବ୍ୟବସ୍ଥା କରିବା ସପକ୍ଷରେ ମତ ଦେଇଛନ୍ତି ବିଶେଷଜ୍ଞ ...

Advertisment

ଅଧିକ ପଢ଼ନ୍ତୁ:୧୫ ଘଣ୍ଟା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

କୋରାଇ ଟ୍ରେନ୍ ଟ୍ରାଜେଡିର କାରଣ ଖୋଜା। କେଉଁ ସ୍ଥିତିରେ ଘଟିଲା ଏମିତି ଅଭାବନୀୟ ଦୁର୍ଘଟଣା ? କେମିତି ଟିକେଟ୍ କାଉଣ୍ଟର ଓ ଫୁଟ୍ ଓଭରବ୍ରିଜ୍ ଉପରକୁ ମାଡିଗଲା ଡବା? ଯାଜପୁର କୋରେଇରେ ଏଭଳି ଟ୍ରେନ ଦୁର୍ଘଟଣାକୁ ନେଇ ଚର୍ଚ୍ଚା। କଣ ହେଲା ଯେ ଆଗର ୧୮ ଓ ପଛର ୨୬ ବଗି ଲାଇନ୍ ଉପରେ ଥିଲେ ମଝିରୁ ୮ ବଗି ଅଲଗା ହୋଇ ଧୂଳିସାତ୍ କରିଦେଲା କୋରେଇ ଷ୍ଟେସନ ଓ ନେଇଗଲା ୩ ଅମୂଲ୍ୟ ଜୀବନ ? କୁହାଯାଉଛି, ଯଦି ଯାତ୍ରୀବାହୀ ଟ୍ରେନ୍ ଭଳି ମାଲବାହୀ ଟ୍ରେନ୍‌ର ବଗି ସେଣ୍ଟ୍ରାଲ ବଫର କପ୍ଲିଙ୍ଗ୍ ହୋଇଥାନ୍ତା, ଏତେ ଭୟାନକ ହୋଇ ନଥାନ୍ତା ଦୁର୍ଘଟଣା। ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ଡବା ଷ୍ଟେସନ ଭିତରକୁ ମାଡ଼ିଯାଇ ନଥାନ୍ତା।

ବିଶେଷଜ୍ଞଙ୍କ ମତ ଆଗରୁ ସବୁ ଟ୍ରେନ୍‌ର ବଗି ସ୍କ୍ରୁ କପ୍ଲିଙ୍ଗ୍ ଦ୍ୱାରା ସଂଯୋଗ ହେଉଥିଲା। ଫଳରେ ଦୁର୍ଘଟଣା ଘଟିଲେ, ବଗିରେ ବଗି ବାଡ଼େଇ ହୋଇ କପଲିଙ୍ଗ୍ ଖୋଲିଯାଉଥିଲା ଓ ଡବାଗୁଡିକ ପୃଥକ ହୋଇଯାଉଥିଲା। ମାତ୍ର ଏବେ ଯାତ୍ରୀବାହୀ ଟ୍ରେନର ବଗି ସେଣ୍ଟ୍ରାଲ ବଫର୍ କପ୍ଲିଙ୍ଗ୍ ଦ୍ୱାରା ଯୋଡ଼ା ଯାଉଥିଲେ ମଧ୍ୟ ମାଲବାହୀ ଟ୍ରେନ୍ ବଗି ସ୍କ୍ରୁ ଲକିଙ୍ଗ୍ ସିଷ୍ଟମରେ ଯୋଡ଼ା ଯାଉଛି। ସେଥିଯୋଗୁ କୋରାଇ ଦୁର୍ଘଟଣା ଏତେ ଭୟାନକ ହୋଇଥିବା କୁହାଯାଉଛି।

Advertisment

ଦେଶରେ ଏବେ ୧୬ ହଜାର ଟ୍ରେନ୍ ଚଳାଚଳ କରୁଛି। ସେଥିରୁ ପାଖାପାଖି ୪ ହଜାର ମାଲବାହୀ ଟ୍ରେନ୍। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯାତ୍ରୀବାହୀ ଟ୍ରେନଗୁଡ଼ିକରେ ଏବେ ସେଣ୍ଟ୍ରାଲ ବଫର୍ କପ୍ଲିଙ୍ଗ୍ ଯୁକ୍ତ ଲିଙ୍କ୍‌ରେ ହଫମ୍ୟାନ୍ ବସ୍କ- ଏଲ୍ଏଚବି କୋଚ୍‌ ବ୍ୟବହାର କରାଯାଉଛି। କିନ୍ତୁ ମାଲବାହୀ ଟ୍ରେନଗୁଡ଼ିକରେ ଏହି ଆଧୁନିକ ବ୍ୟବସ୍ଥା ପ୍ରଚଳନ କରାଯାଇନି। ତେବେ ଆଗାମୀ ଦିନରେ ମାଲବାହୀ ଟ୍ରେନ୍‌ରେ ମଧ୍ୟ ସେଣ୍ଟ୍ରାଲ ବଫର୍ କପଲିଙ୍ଗ୍ ବ୍ୟବସ୍ଥା କରାଯିବ ବୋଲି ପୂର୍ବତଟ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।

କୋରେଇ ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ କମିଶନର ଅଫ୍ ରେଲେଓ୍ବ ସେଫ୍ଟି- ସିଆର୍‌ଏସ୍‌ଙ୍କୁ ଦିଆଯାଇଛି। ୧୦ରୁ ୧୨ ଦିନ ଭିତରେ ଏହା ରେଳ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ ରିପୋର୍ଟ ମିଳିବା ପରେ କୋରେଇରେ ବାସ୍ତବରେ କଣ ଘଟିଥିଲା ତାହା ଜଣାପଡିବା ଆଶା କରାଯାଉଛି।

Advertisment

(ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନଙ୍କ ରିପୋର୍ଟ)

Train Accident Indian Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ