Advertisment

ବିଚ୍ ରାସ୍ତାରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରୁ ଫେରାର ଡ୍ରାଇଭର

ବିଚ୍ ରାସ୍ତା ଉପରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ । ଗତକାଲି ରାତିରେ ପାରାଦୀପ ଦୋଛକିରେ ହୋମଗାର୍ଡ ରାଜନ୍ ପ୍ରଧାନ ଡ୍ୟୁଟି କରୁଥିବା ବେଳେ କୌଣସି ଟ୍ରକ୍ ଧକ୍କା ଦେଇଥିଲା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Accident

Accident

ବିଚ୍ ରାସ୍ତା ଉପରେ ହୋମଗାର୍ଡଙ୍କ ଉପରେ ଚଢ଼ିଗଲା ଟ୍ରକ୍, ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ । ଗତକାଲି ରାତିରେ ପାରାଦୀପ ଦୋଛକିରେ ହୋମଗାର୍ଡ ରାଜନ୍ ପ୍ରଧାନ ଡ୍ୟୁଟି କରୁଥିବା ବେଳେ କୌଣସି ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି ।

Advertisment

ହୋମଗାର୍ଡ ରାଜନ୍ ପ୍ରଧାନ ଲକ୍ ଥାନାରେ ନିୟୋଜିତ ଥିଲେ । ସବୁଠୁ ବଡ଼ କଥା ହେଲା ଧକ୍କା ଦେଇଥିବା ଟ୍ରକ୍ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛି । ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖା ଦେବା ସହ ମୃତ ହୋମଗାର୍ଡଙ୍କ ପରିବାର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଅଭିଯୁକ୍ତ ଟ୍ରକ୍ ଡ୍ରାଇଭର୍ ଓ ସଂପୃକ୍ତ ଟ୍ରକକୁ ଧରିବାକୁ ଦାବି କରି ଜାତୀୟ ରାଜପଥ ଅବରୋଧ କରିଛନ୍ତି ଲୋକେ ।

ଫଳରେ ପାରାଦୀପ-ଚଣ୍ଡିଖୋଲ ମଧ୍ୟରେ ଯାତାୟାତ ବନ୍ଦ ରହିଥିଲା । ଉଭୟ ପଟେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା । ପରିସ୍ଥିତିକୁ ଦେଖି ପୋଲିସ୍ ଫୋର୍ସ ମୁତୟନ ହୋଇଛି । ଅନେକ ସମୟ ପରେ ପାରାଦୀପ ଦୋଛକିରୁ ରାସ୍ତା ଅବରୋଧ ହଟିଛି । ପାରାଦୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ଵାଇଁ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ପରେ ଧାରଣାରୁ ଉଠିଛନ୍ତି ଲୋକେ ।

Advertisment

ମୃତକଙ୍କ ପରିବାରକୁ ବିଧି ବ୍ୟବସ୍ଥା ମୁତାବକ ସହାୟତା ପ୍ରଦାନ ସହ ପରିବାରର ଜଣକୁ ସ୍ଥାନୀୟ କୌଣସି ଶିଳ୍ପରେ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ହୋମଗାର୍ଡ ସଂଘର ଦାବି ଅନୁଯାୟୀ କୌଣସି ହୋମଗାର୍ଡଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାରର ଜଣକୁ ସରକାରୀ ଚାକିରୀ ଦେବା ସମ୍ପର୍କରେ ଉଦ୍ୟମ କରାଯିବ ବୋଲି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ବିଳମ୍ବିତ ରାତିରେ ଡ୍ୟୁଟିରେ ଥିବା ବେଳେ ଦୋଛକିରେ ଏକ ମାଲବାହୀ ଟ୍ରକ ଚାପାରେ ଜଣେ ହୋମଗାର୍ଡ ରାଜେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ପରେ ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ଏବଂ କଟକ ପାରାଦୀପ ରାଜ୍ୟ ରାଜପଥ ଅବରୋଧ କରିଥିଲେ ମୃତକଙ୍କ ସମ୍ପର୍କୀୟ ଏବଂ ଗ୍ରାମବାସୀ । ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଡ୍ରାଇଭର ସହ ଟ୍ରକକୁ ଠାବ କରିବା ଏବଂ ପରିବାରର ଜଣକୁ ଚାକିରୀ ଦାବିରେ ରାସ୍ତା ଅବରୋଧ କରିଥିଲେ ଲୋକେ ।

Road Blockade Home Guard Death Road Accident Accident
Advertisment
Advertisment