Advertisment

ରାସ୍ତାରୁ ମିଳିଲା ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ହୋମଗାର୍ଡଙ୍କ ଉପରେ ଅଜଣା ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ରାସ୍ତାରୁ ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ୍‌।

ଅଦ୍ୟତନ ହୋଇଛି
Unidentified Vehicle Mows Down Home Guard In Keonjhar

Home guard allegedly mowed down by unidentified vehicle in Keonjhar

Advertisment

ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଦେଉଗାଁ ବ୍ରିଜ୍‌ ଉପରେ ଜଣେ ହୋମଗାର୍ଡଙ୍କ ଉପରେ ଅଜଣା ଗାଡ଼ି ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ତରୀମୂଳ ଗାଁର ସୁରେଶ କୁମାର ରାଉତ। ଘଷିପୁରା ଥାନାରେ ସେ କାର୍ଯ୍ୟରତ ଥିଲେ।

Advertisment

ଅଧିକ ପଢ଼ନ୍ତୁ: ଖୁସିର ମୁହୂର୍ତ୍ତରେ ଖେଳିଗଲା ଦୁଃଖର ଛାୟା: କନ୍ୟାଯାତ୍ରୀଙ୍କ ବାଟବରଣ ବେଳେ ମାଡ଼ିଗଲା ସ୍କର୍ପିଓ

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦେଉଗାଁ ବ୍ରିଜ୍‌ ଉପରେ ସୁରେଶ କୁମାରଙ୍କ ଉପରେ ଅଜଣା ଗାଡ଼ି ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ହୋମଗାର୍ଡଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଥିଲା। 

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ