/odishatv-khabar/media/post_attachments/uploadimage/library/16_9/16_9_0/China_1690181322.jpg)
China
ପଡ଼ୋଶୀ ଦେଶ ଚୀନରୁ ଏକ ଭୟଙ୍କର ଦୁର୍ଘଟଣା ସମ୍ପର୍କରେ ଖବର ଆସିଛି । ସ୍କୁଲ ଜିମର ଛାତ ଭୁଶୁଡ଼ି ପଡ଼ିବାରୁ ୧୦ଜଣ ଲୋକଙ୍କର ମୃତ୍ୟୁ ଘଟିଛି ହୋଇଥିବା ବେଳେ ଭିତରେ ଜଣେ ଫସି ରହିଥିବା ଜଣାପଡ଼ିଛି । ଏହି ଅଘଟଣ ଉତ୍ତର ପୂର୍ବ ଚୀନର ଏକ ସ୍କୁଲରେ ଘଟିଛି ।
ଦୁର୍ଘଟଣା ସମୟରେ ୧୯ ଜଣ ଲୋକ ଥିଲେ
ରବିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ହେଇଲୋଙ୍ଗଜିଆଙ୍ଗ୍ ପ୍ରଦେଶ ଅନ୍ତର୍ଗତ କିକିହାର ସହରର ଏକ ସ୍କୁଲ୍ରେ ଥିବା ଜିମର ଛାତ ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣା ସମୟରେ ଜିମରେ ୧୯ ଜଣ ଲୋକ ଥିଲେ । ଆଉ ହଠାତ ଜିମର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ଛାତ ତଳେ ଚାପି ହୋଇଯାଇଥିଲେ ୧୫ ଜଣ । ସୌଭାଗ୍ୟବଶତଃ ଏହି ଅଘଟଣରୁ ୪ ଜଣ ବଞ୍ଚି ଯାଇଥିଲା । ସୋମବାର ସକାଳ ୫.୩୦ ସୁଦ୍ଧା ୧୦ଜଣଙ୍କ ମୃତଦେ ଉଦ୍ଧାର କରାଯାଇଛି । ଏବେ ବି ଆଉ ଜଣେ ଫସିଥିବା ଜଣାପଡ଼ିଛି । ଉଦ୍ଧାର କାର୍ଯ୍ୟ ପାଇଁ ୩୯ଟି ଅଗ୍ନିଶମ ଗାଡ଼ି ଓ ପ୍ରାୟ ୧୬୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜନ କରାଯାଇଛି ।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି , ସ୍କୁଲ୍ ଜିମ୍ ନିକଟରେ ଆଉ ଏକ କୋଠା ନିର୍ମାଣ କରାଯାଉଥିଲା । ଏବଂ ସେହି ବିଲ୍ଡିଂର ନିର୍ମାଣ ଶ୍ରମିକମାନେ ସ୍କୁଲ୍ ଜିମ୍ ଛାତ ଉପରେ ପରଲାଇଟ୍ ରଖିଥିଲେ । ବର୍ଷା ହେତୁ ପରଲାଇଟ୍ ଜଳ ଶୋଷିବା ଦ୍ୱାରା ଭାରି ହୋଇ ଯାଇଥିଲା ଏବଂ ଏହାର ଓଜନ ହେତୁ ଛାତ ଭୁଶୁଡ଼ି ପଡ଼ିଛି । ଏବେ ଯେଉଁମାନେ ନିର୍ମାଣକାରୀ କମ୍ପାନି ଦାୟିତ୍ୱରେ ଥିଲେ ସେମାନଙ୍କୁ ପୋଲିସ ହାଜତକୁ ନେଇଛି ।
ପରଲାଇଟ୍ କ’ଣ
ପରଲାଇଟ୍ ହେଉଛି ଏକ ପ୍ରାକୃତିକ ଅଣ-ବିଷାକ୍ତ ପଦାର୍ଥ ଯାହା ଆଗ୍ନେୟଗିରିରୁ ଉତ୍ପନ୍ନ । ଏହା ରାସାୟନିକ ରୂପରେ ଏକ ପ୍ରକାର ଆଗ୍ନେୟଗିରି ଗ୍ଲାସ୍ କହିଲେ ଚଳେ । ଏହା ଜଳ ଶୋଷଣ କରିବାର କ୍ଷମତା ରଖେ । ଆଜିକାଲି ଚୀନ୍ର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି, ଯେଉଁ କାରଣରୁ ବନ୍ୟା ପରି ପରିସ୍ଥିତି ଉପୁଜୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)