Advertisment

Accident In Gurugram: ଗାଡି ଚାଲୁଥିବା ବେଳେ ଶୋଇ ଗଲେ ସିଭିଲ ଇଞ୍ଜିନିୟର, ତା ପରେ ହେଲା ଏମିତି...

ଦୁଇ ଜଣ ବନ୍ଧୁ ରାତି ୩ଟାରେ ଢାବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ହର୍ଷ ଓ ମୋକ୍ଷ ଖାଇବା ପାଇଁ ଯାଇ ରାସ୍ତା କଡରେ ଠିଆ ହୋଇଥିବା ବେଳେ ଏକ କାର ସେମାନଙ୍କୁ ଉଡାଇ ଦେଇଥିଲା। କାର ଚଳାଉଥିବା ସିଭିଲ ଇଞ୍ଜିନିୟର ଜଣଙ୍କ ଗାଡି ଚଳାଉଥିବା ବେଳେ ଶୋଇ ପଡିଥିଲେ। ଫଳରେ ଉଭୟଙ୍କୁ ସେ ଦ୍ରୁତ ଗତିରେ ଆସି ଉଡାଇ ଦେଇଥିଲେ।

ଅଦ୍ୟତନ ହୋଇଛି
driver

driver

Advertisment

ହିନ୍ଦୀରେ ଏକ ଲୋକ ଉକ୍ତି ରହିଛି ‘ସାବଧାନି ହଟି, ଦୁର୍ଘଟନା ଘଟି’। ଏହାର ଏକ ଜ୍ବଳନ୍ତ ଉଦାହରଣ ଗୁରୁଗ୍ରାମରେ ଦେଖିବାକୁ ମିଳିଛି। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଇରାଲ ହେବାରେ ଲାଗିଛି। ଗୁରୁଗ୍ରାମରେ ଜଣେ ସିଭିଲ ଇଞ୍ଜିନିୟରଙ୍କ ଦାୟିତ୍ବ ହୀନତା ପାଇଁ ଜଣଙ୍କ ଜୀବନହାନି ଘଟିଥିବା ବେଳେ ଇଞ୍ଜିନିୟରଙ୍କୁ ଗିରଫ କରାଯାଇଛି।

Advertisment

ଜୁନ ୨୪ ତାରିଖରେ ଏହି ଘଟଣା ଘଟିଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଦୁଇ ଜଣ ବନ୍ଧୁ ରାତି ୩ଟାରେ ଢାବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ହର୍ଷ ଓ ମୋକ୍ଷ ଖାଇବା ପାଇଁ ଯାଇ ରାସ୍ତା କଡରେ ଠିଆ ହୋଇଥିବା ବେଳେ ଏକ କାର ସେମାନଙ୍କୁ ଉଡାଇ ଦେଇଥିଲା। କାର ଚଳାଉଥିବା ସିଭିଲ ଇଞ୍ଜିନିୟର ଜଣଙ୍କ ଗାଡି ଚଳାଉଥିବା ବେଳେ ଶୋଇ ପଡିଥିଲେ। ଫଳରେ ଉଭୟଙ୍କୁ ସେ ଦ୍ରୁତ ଗତିରେ ଆସି ଉଡାଇ ଦେଇଥିଲେ।

ଅଧିକ ପଢ଼ନ୍ତୁ: ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ

ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ କଡରେ ଥିବା ଚଞ୍ଚଲ ଢାବା ସାମ୍ନାରେ ଏହି ଘଟଣା ଘଟିଥିବା ବେଳେ ସିସିଟିଭିରେ ଏହାର ଭିଡିଓ ଭାଇରାଲ ହୋଇଥିଲା। ଚଞ୍ଚଳ ଢାବାରେ ଭିଡ ଅଧିକ ଥିବାରୁ ଉଭୟ ନିଜ ଅର୍ଡର ପାଇଁ ରାସ୍ତାରେ ଅପେକ୍ଷା କରିଥିଲେ।

Advertisment

ଅଚାନକ ଏକ ଗାଡି ଆସି ଉଭୟଙ୍କୁ ଧକ୍କା ଦେବା ସହ ପ୍ରାୟ ୧୦ ମିଟର ଯାଏ ଟାଣି ନେଇଥିଲା। ଏପରିକି ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ। ଆଇନ ଛାତ୍ର ହର୍ଷ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ହର୍ଷଙ୍କ ପିତା ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ସିଭିଲ ଇଞ୍ଜିନିୟର ୩୧ ବର୍ଷୀୟ ମୋହିତଙ୍କୁ ଗିରଫ କରିଛି। ଘରୋଇ କମ୍ପାନୀରେ ଇଞ୍ଜିନିୟର ରହିଥିବା ମୋହିତ ସେ ଶୋଇ ପଡିଥିବା ସ୍ବୀକାର ମଧ୍ୟ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ରଥଯାତ୍ରା ପାଇଁ ସୁରକ୍ଷା ବଳୟରେ ପୁରୀ, ସହର ସାରା ପଇଁତରା ମାରୁଛି ଡ୍ରୋନ୍‌

Accident Gurugram Civil Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ