• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିବାର ଉଜାଡ଼ିଦେଲା ଦୁର୍ଘଟଣା । ବିବାହ ଉତ୍ସବରେ ଯୋଗଦେଇ ଫେରୁଥିବା ବେଳେ ଛକି ବସିଥିଲା ମୃତ୍ୟୁ । ମଧ୍ୟପ୍ରଦେଶ ହରଦା ଜିଲ୍ଲାର ତିମରନି ଥାନା ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଚାରି ଜଣଙ୍କର ମୃତ୍ୟୁ ଘଟିଛି । ନିୟନ୍ତ୍ରଣ ହରାଇ ଏକ କାର୍‌ ଗଛକୁ ଧକ୍କା ଦେବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଫଳରେ କାରରେ ବସିଥିବା ଗୋଟିଏ ପରିବାରର ଚାରିଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ବୁଧବାର ସକାଳେ ନୌସର ଗାଁ ନିକଟରେ ଏହି ଘଟଣା ଘଟିଛି ।

ଅଧିକ ପଢ଼ନ୍ତୁ: ‘ପୁଷ୍ପା ୨’ ଶୁଟିଂ ସାରି ବସ୍‌ରେ ଫେରୁଥିଲେ କଳାକାର, ଘଟିଲା ଦୁର୍ଘଟଣା...

ଆଜି ସକାଳ ୭ଟା ସମୟରେ କାର୍‌ଟି ହରଦା ଜିଲ୍ଲାର ନୌସର ଗାଁ ଅତିକ୍ରମ କରୁଥିବା ବେଳେ ଏକ ଟାୟାର ଫାଟି ଯାଇଥିଲା । ଫଳରେ ଗାଡିଟି ନିୟନ୍ତ୍ରଣ ହରାଇବା ପରେ ଏକ ଗଛରେ ପିଟି ହୋଇ ଯାଇଥିଲା । ଆଉ ତା’ପରେ କାରରେ ଭୟଙ୍କର ଭାବରେ ନିଆଁ ଲାଗିଯାଇଥିଲା । ଅଚାନକ୍‌ ନିଆଁ ଲାଗିଯିବାରୁ ଚାରି ଜଣ ଜାକ ଗାଡ଼ିରୁ ବାହାରି ପାରିନଥିଲେ । ଚିତ୍କାର କରି ସାହାଯ୍ୟ କରିବା ପାଇଁ ଡାକ ପକାଇଥିଲେ । ହେଲେ କାର୍‌ଟି ସଙ୍ଗେ ସଙ୍ଗେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ।

ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ସେଠାରେ ଥିବା ଲୋକ ଓ ପୋଲିସ୍‌ ବହୁ ଚେଷ୍ଟା କରିବା ପରେ ମଧ୍ୟ ନିଆଁ ଲିଭାଇ ପାରିନଥିଲେ କି ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ପାରି ନଥିଲେ । ଫଳରେ କାର୍‌ ଭିତରେ ହିଁ ଗୋଟିଏ ପରିବାରର ଚାରି ଜଣ ଜୀଅନ୍ତା ଜଳିଯାଇଛନ୍ତି । ତା’ପରେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ । ଏହାପରେ କାର୍‌ରୁ ମୃତଦେହକୁ ଉଦ୍ଧାର କରାଯାଇଛି । ପରେ ପୋଲିସ୍‌ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତକମାନେ ହେଲେ ଅଖିଳେଶ କୁଶୱା, ରାକେଶ କୁଶୱା, ଶିବାନୀ କୁଶୱା ଏବଂ ଆଦର୍ଶ ଚୌଧୁରୀ । ସେମାନେ ଗୋଟିଏ ପରିବାରର ହୋଇଥିବା ବେଳେ ସେମାନଙ୍କର ପ୍ରକୃତ ବୟସ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।