Advertisment

‘ପୁଷ୍ପା ୨’ ଶୁଟିଂ ସାରି ବସ୍‌ରେ ଫେରୁଥିଲେ କଳାକାର, ଘଟିଲା ଦୁର୍ଘଟଣା...

କଳାକାରଙ୍କୁ ଧରି ଫିଲ୍ମ ‘ପୁଷ୍ପା ୨’ ଶୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି। ବସ୍‌ଟି  ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Telangana Bus Accident

Bus carrying Pushpa 2 artistes meets with accident

କଳାକାରଙ୍କୁ ଧରି ଫିଲ୍ମ ‘ପୁଷ୍ପା ୨’ ଶୁଟିଂ ସାରି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଗାଡ଼ି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ବସ୍‌ଟି  ‘ପୁଷ୍ପା ୨’ର କଳାକାରଙ୍କୁ ଧରି ଆନ୍ଧ୍ରପ୍ରଦେଶରୁ ଶୁଟିଂ ସାରି ହାଇଦ୍ରାବାଦ ଫେରୁଥିଲା। ଏହି ସମୟରେ ତେଲେଙ୍ଗାନାର ନାଲଗୋନ୍ଦା ଜିଲ୍ଲାରେ ଆଜି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। 

Advertisment

ମିଳିଥିବା ସୂଚନା ଅନୁସାରେ, ବସ୍‌ଟି ଫିଲ୍ମର କଳାକାରଙ୍କୁ ଧରି ଫେରୁଥିବା ବେଳେ ହାଇଦ୍ରାବାଦ-ବିଜୟୱାଡା ରାଜପଥର ନର୍‌କେଟପଲ୍ଲୀ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଆର୍‌ଟିସି ବସ୍‌କୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ କଳାକାର ସାମାନ୍ୟ ଆହତ ହୋଇଛନ୍ତି। ଗାଡ଼ି ଖରାପ ହେବା ଯୋଗୁ ଆର୍‌ଟିସି ବସ୍‌ ଡ୍ରାଇଭର ରାସ୍ତାକଡ଼ରେ ଗାଡ଼ି ରଖି ଏହାକୁ ଠିକ୍‌ କରୁଥିଲେ। ଏହି ସମୟରେ କଳାକାରଙ୍କୁ ଧରି ଫେରୁଥିବା ବସ୍‌ ଡ୍ରାଇଭର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ିକୁ ଦେଖି ପାରିନଥିଲେ ଓ ଧକ୍କା ଦେଇଥିଲେ। 

ସୂଚନାଥାଉ କି, ଗତ ମାସରେ ପାନ୍‌ ଇଣ୍ଡିଆ ଫିଲ୍ମ ‘ପୁଷ୍ପା-୨’ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା। ଏହାସହ ଟିଜର ମଧ୍ୟ ସାମ୍ନାକୁ ଆସିଥିଲା। ଫୁଲ୍ ଅଫ୍ ଆକ୍ସନ, ଫାଇଟ୍, ଫାୟାର, ଡାଇଲଗ୍ ଏବଂ ଅଲ୍ଲୁଙ୍କ ଜବରଦସ୍ତ ଆଟିଟ୍ୟୁଡ୍ ଟିଜରରେ ନଜର ଆସିଛି ।ହାଇଭୋଲଟେଜ୍ ଡାଇଲଗ, ସୁପର ଆକ୍ସନ...ଟିଜର ଯଦି ଏମିତି ଧମାକାଦାର ହୋଇଛି ତେବେ ଫିଲ୍ମ କେମିତି ହୋଇଥିବ, ତାହା ଏବେଠୁ ଅନୁମାନ କରି ହେଉଛି। 

Advertisment

୨୦୨୪ରେ ଫିଲ୍ମ ରିଲିଜ୍‌ ହୋଇପାରେ ବୋଲି ଜଣାପଡ଼ିଛି। 

Bus Accident Road Accident Accident
Advertisment
Advertisment