Advertisment

Goods Train derailed Sundargarh: ଲାଇନଚ୍ୟୁତ ହେଲା ମାଲ୍‌ବାହୀ ଟ୍ରେନ୍‌, ରେଲୱେର ତଦନ୍ତ ନିର୍ଦ୍ଦେଶ

ସୁନ୍ଦରଗଡ ବିମଳାଗଡ ରେଳ ଷ୍ଟେସନ ନିକଟରେ ରକ୍ସି ପଟୁ ଆସୁଥିବା ଲୁହାପଥର ବୋଝେଇ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ଏହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ଅଦ୍ୟତନ ହୋଇଛି
Goods train

Goods train

Advertisment

ସୁନ୍ଦରଗଡ ବିମଳାଗଡ ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯାଇଛି । ବିମଳାଗଡ ଷ୍ଟେସନ ନିକଟ ଡେମ୍ ବସ୍ତି ନିକଟରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଛି । ରକ୍ସି ପଟୁ ଆସୁଥିବା ଲୁହାପଥର ବୋଝେଇ ଏହି ମାଲବାହୀ ଟ୍ରେନ ବିମଳାଗଡ ଅଭିମୁଖେ ଯାଉଥିବାର ସୂଚନା ମିଳିଛି ।

Advertisment

ଅଧିକ ପଢନ୍ତୁ: କାହିଁକି ଡିରେଲ୍ ହେଲା କାମାକ୍ଷା ଏକ୍ସପ୍ରେସ୍ ? ଆରମ୍ଭ ହେଲା କାରଣ ଖୋଜା...

ଲାଇନଚ୍ୟୁତ ହେବା ପରେ ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ କେଉଁ ପରିସ୍ଥିତିରେ ବଗି ଗୁଡିକ ଲାଇନଚ୍ୟୁତ ହେଲା ତାହା ଜଣା ପଡିନଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ ।

Advertisment

ଅଧିକ ପଢ଼ନ୍ତୁ: କାମାକ୍ଷା ଏକ୍ସପ୍ରେସର ୧୧ ବଗି ଲାଇନଚ୍ୟୁତ

Railways Goods Train Derailment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ