• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ୱେଲଡିଂ ନିଆଁରୁ ବଡ଼ ଅଘଟଣ । ହୁତ ହୁତ ହୋଇ ଜଳିଗଲା ୫ଟି ବସ୍ । ସେହି ବସ୍‌ ଗୁଡ଼ିକ ଏମିତି ଜଳି ଯାଇଛି ଯେ, ଆଉ ଚଳିବା ଅବସ୍ଥାରେ ନାହିଁ । ତେବେ ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି । ଏହି ଅଘଟଣ ଘଟିଛି ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ନିକଟରେ । ଏକ ଗ୍ୟାରେଜରେ ଥିବା ବେଳେ ଏହି ବସ୍ ସବୁ ଜଳି ଯାଇଛି ।

ଅଗ୍ନିଶମ ବାହିନୀ ଆସି ବହୁ ପରିଶ୍ରମ କରିବା ପରେ ନିଆଁକୁ ଲିଭାଇ ଥିଲେ । କିନ୍ତୁ ତା ଆଗରୁ ହିଁ ବସ୍ ଗୁଡ଼ିକ ଜଳି ଯାଇଥିଲା । ସାମାନ୍ୟ ଅବହେଳାରୁ, ୱେଲଡିଂ ନିଆଁରୁ ଏତେ ବଡ଼ ଅଘଟଣ ଘଟିଥିବାର ସୂଚନା ମିଳିଛି ।

ଅଗ୍ନିକାଣ୍ତ ବେଳେ ବସ୍‌ଗୁଡ଼ିକରେ ଡିଜେଲ ଭର୍ତ୍ତି ହୋଇ ରହିଥିଲା । କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଠିକଣା ସମୟରେ ଏହାକୁ ଆୟତ୍ତ କରି ନେବାକୁ ଗୋଟିଏ ବଡ଼ ବିପଦ ଟଳି ଯାଇଛି । କାରଣ ଗ୍ୟାରେଜକୁ ଲାଗି ଅନେକ ଘର ଓ ସଂସ୍ଥା ରହିଛି । ଯଦି ଡିଜେଲ ଯୋଗୁ ବିସ୍ଫୋରଣ ହୋଇଥାଆନ୍ତା, ତା’ହେଲେ ନିଆଁ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥିଲା । ତେବେ ଅଗ୍ନିଶମ କର୍ମଚରୀଙ୍କ ପରିଶ୍ରମ ଯୋଗୁ କୌଣସି ବଡ଼ ଅଘଟଣ ଘଟିନାହିଁ ।