Advertisment

ଜଳୁଛି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ, ୧୨ ଘଣ୍ଟା ପରେ ବି ଲିଭୁନି ନିଆଁ...

୧୨ ଘଣ୍ଟା ପରେ ବି ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି।

ଅଦ୍ୟତନ ହୋଇଛି
Puri Laxmi Market Complex Fire Mishap

Fire that broke out at Laxmi Market Complex in puri

Advertisment

୧୨ ଘଣ୍ଟା ପରେ ବି ଲିଭୁନି ନିଆଁ। ଯୁଆଡ଼େ ଚାହିଁଲେ ସିଆଡ଼େ ଖାଲି ଧୂଆଁମୟ ପରିବେଶ। ପୁରୀ ମରିଚିକୋଟ ଛକ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଲାଗିଥିବା ନିଆଁ ଆୟତ୍ତ ହୋଇପାରନି। ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ୱିତୀୟ ମହଲାକୁ ବ୍ୟାପିବା ପରେ ୨ୟ ମହଲାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫ୍ୟାଶନକୁ ନିଆଁ ବ୍ୟାପିଛି। ଫଳରେ ଗତକାଲି ରାତି ୮ଟାରୁ ଲାଗିଥିବା ନିଆଁକୁ ଆଜି ସକାଳ ୮ଟା ଅର୍ଥାତ୍‌ ୧୨ ଘଣ୍ଟା ପରେ ବି ଆୟତ୍ତ କରାଯାଇପାରିନି।

Advertisment

ସେପଟେ ନିଆଁ ଲିଭାଇବା ଲାଗି ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଏବେବି ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଲାଗିଛନ୍ତି। ନିଆଁ ଲିଭା ବେଳେ ୩ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। ନିଆଁ ଏତେ ଜୋରରେ ବ୍ୟାପିଛି ଯେ, ଦୂରରୁ ଶ୍ରୀମନ୍ଦିର ମଧ୍ୟ ଦୃଶ୍ୟମାନ ହେଉନି।ରାସ୍ତା ସଂକୀର୍ଣ୍ଣ ଥିବାରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାରେ ଅସୁବିଧା ହେଉଥିବା ଜଣାପଡ଼ିଛି।

ସୂଚନାଥାଉ କି, ଗତକାଲି ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ନିଆଁ ଲାଗି ଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚିଥିଲା। ଉଦ୍ଧାର ବେଳେ ସଂକୀର୍ଣ୍ଣ ରାସ୍ତା ଥିବାରୁ ଧୂଆଁରେ ରୁନ୍ଧି ହୋଇ ୩ ଜଣ ଅଗ୍ନିଶମ କର୍ମଚାରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଥିଲା।  

Advertisment

ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ଏହା ବ୍ୟାପିଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ସେପଟେ ନିଆଁ ଲାଗିଥିବା ସମ୍ରାଟ୍ ହୋଟେଲରେ ୧୦୦ରୁ ଅଧିକ ପର୍ଯ୍ୟଟକ ଥିଲେ ମଧ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପୁରୀ ଏସ୍‌ପି ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ୨ରୁ ୩ ଘଣ୍ଟା ମଧ୍ୟରେ ନିଆଁକୁ ଆୟତ୍ତ କରିବାକୁ ଆଶା ରଖିଛୁ ବୋଲି ସେ କହିଛନ୍ତି।

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ