• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଜଳିଗଲା ୮ ବଖରା ଘର । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଭୟାବହ ଅଗ୍ନିକାଣ୍ଡ । ୪ଟି ପରିବାରର ୮ବଖରା ଚାଳଛପର ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଭୟାବହ ଅଗ୍ନିକାଣ୍ଡ । କିଛି ସମୟ ମଧ୍ୟରେ ସବୁକିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । କେବଳ ବିପନ୍ନମାନେ ପିନ୍ଧିଥିବା ବସ୍ତ୍ରକୁ ଛାଡିଦେଲେ ସବୁ ପାଉଁଶ ହୋଇଯାଇଛି ।

ନିଆଁର ପ୍ରକୋପ ଏତେ ଥିଲା ଯେ ନିଆଁକୁ ଲିଭାଇବାକୁ ଦମକଳ ବହିନୀକୁ ନାକେଦମ ହେବାକୁ ପଡିଥିଲା । ଏବେ ବିପନ୍ନ ମାନେ କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now