/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693385775.jpg)
Fire Mishap In Pune
ମହାରାଷ୍ଟ୍ର ପୁଣେର ପୂର୍ଣ୍ଣନଗର ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଚିନାରାମ ବେନାରା ଚୌଧୁରୀ, ତାଙ୍କ ପତ୍ନୀଙ୍କ ସହ ଦୁଇ ପୁଅଙ୍କ ମୃତ୍ୟୁ ହୋଇଛି । ଚିନାରାମଙ୍କ ଘର ରାଜସ୍ଥାନର ବୋଲି ସୂଚନା ମିଳିଛି । ପୂର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡଓୟାର ଦୋକାନକୁ ଲାଗି ଚିନାରାମଙ୍କ ପରିବାର ଲୋକେ ରହୁଥିଲେ ।
ଆଜି ଭୋରୁ ପ୍ରଥମେ ହାର୍ଡୱେର ଷ୍ଟୋରରେ ନିଆଁ ଲାଗିଯାଇଥିଲା । ପରେ ପାଖକୁ ନିଆଁ ବ୍ୟାପିଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ତେବେ ବିଦ୍ୟୁତ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ପୁଣେ ଜିଲ୍ଲାର ପିମ୍ପ୍ରି ଚିଞ୍ଚୱାଡର ପୂର୍ଣ୍ଣନଗର ଅଞ୍ଚଳରରେ ଏହି ଅଗ୍ନକାଣ୍ଡ ଘଟିଛି। ମ୍ୟୁନିସିପାଲ କର୍ପୋରେସନର ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, "ଆଜି ସକାଳ ପ୍ରାୟ ୫ଟା ସମୟରେ ଏକ ଆବାସିକ କୋଠାର ତଳ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘିଟିଛି। ;
#WATCH | Maharashtra | Four people died in a fire in Purnanagar area of Pimpri-Chinchwad of Pune district today. Fire gutted an electric hardware shop on the ground floor of a residential building around 5 am today.
(Video: Pimpri-Chinchwad Municipal Corporation Fire Department) https://t.co/it5AVRtTMkpic.twitter.com/D43G8zmieK
— ANI (@ANI) August 30, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)