• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କଟକର ଏକ ଘରୋଇ ନର୍ସିଂହୋମ୍‌ରେ ଲାଗିଲା ନିଆଁ । ପୁରୀଘାଟ ଥାନା ନିକଟ ନର୍ସିଂହୋମ୍‌ର ୩ୟ ମହଲାରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ପହଞ୍ଚିଲା ଦମକଳ ବାହିନୀ । ତେବେ କେମିତି ଲାଗିଲା ନିଆଁ, କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ୩ୟ ମହଲାରେ ଥିବା ଆଇସିୟୁରେ ଲାଗିଛି ନିଆଁ । ଏହା ସହ ଆଇସିୟୁରେ ଥିବା ରୋଗୀଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ।

ଅନ୍ୟପଟେ ଉଦ୍ଧାର ହୋଇଥିବା ରୋଗୀଙ୍କ ପାଇଁ କୌଣସି ପ୍ରାଥମିକ ବ୍ୟବସ୍ଥା ନଥିବା ଜଣାପଡ଼ିଛି । ରୋଗୀମାନଙ୍କୁ ଉଦ୍ଧାର ପରେ ସିଧାସଳଖ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଉଛି । ଉପର ମହଲାରେ ନିଆଁ ଲାଗିଥିବା ବେଳେ ଅନ୍ୟ କୌଣସି ମହଲାକୁ ନିଆଁ ବ୍ୟାପିନଥିବା ଜଣାପଡ଼ିଛି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି ।

ସେପଟେ ନିଆଁ ଲିଭା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରୋଗୀଙ୍କ ସହ ମେଡିକାଲର ଷ୍ଟାଫ୍‌ଙ୍କୁ ମଧ୍ୟ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ନିଆଁ ଲାଗିଥିବା ଅଞ୍ଚଳରେ ପାଞ୍ଚ ଛଅଟି ଘର ଲାଗି ଲାଗି ରହିଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ସହ କିପରି ଭାବେ ନିଆଁ ଅନ୍ୟ କେଉଁଆଡ଼େ ନବ୍ୟାପିବ ସେ ପଦକ୍ଷେପ ମଧ୍ୟ ନିଆଯାଉଛି ।

ନିଆଁ ଲାଗିବା ଦ୍ୱାରା କୌଣସି ଜୀବନ ହାନି ହୋଇନଥିବା ବେଳେ ଆସବାବପତ୍ର ପୋଡ଼ି ଯାଇଛି । ଏହା ସହ ହସ୍ପିଟାଲରେ ଲାଗିଥିବା ବଡ଼ ବଡ଼ ଅତ୍ୟାଧୁନିକ ମେସିନ ମଧ୍ୟ ପୋଡ଼ିଯାଇଛି । ସେପଟେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ପହଞ୍ଚି ନଥିବାରୁ ଅସନ୍ତୋଷ ତେଜୁଛି । ଆଇସିୟୁରୁ ବାହାରିବା ପରେ ଅଭାବ ପଡ଼ୁଛି ଆମ୍ବୁଲାନ୍ସ । ପ୍ରାଥମିକ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ହୋଇପାରୁନାହିଁ । 

ସେପଟେ ନିଆଁ ସଂପୂର୍ଣ୍ଣ ଭାବେ ଲିଭି ସାରିଥିବା କହିଲେ ଅଗ୍ନିଶମ ଡିଜି । ୩ ୟୁନିଟ ଫାୟାର ଟିମ୍‌ ଲାଗିଛନ୍ତି, ନିଆଁ ନିୟନ୍ତ୍ରଣ ହୋଇଯାଇଛି ବୋଲି କହିଲେ । ନିଆଁ ଲିଭି ଯାଇଥିଲେ ବି ଧୂଆଁ ରହିଯାଇଛି, ନିଷ୍କାସନ ପାଇଁ ଉଦ୍ୟମ ଜାରି ରହିଛି । ଭେଣ୍ଟିଲେଟର ମେସିନ ଲଗାଯାଇ ଧୂଆଁ କାଢ଼ି ଦିଆଯିବ ବୋଲି କହିଛନ୍ତି ଡିଜି ।

ଆଇସିୟୁରେ ଥିବା ରୋଗୀମାନଙ୍କୁ ଉଦ୍ଧାର କରି ଦେଇଛୁ । ଉଦ୍ଧାର ରୋଗୀଙ୍କ ମଧ୍ୟରେ ୧୨ଜଣ ନବଜାତ ରହିଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ନବଜାତ ଆଇସିୟୁ ବ୍ୟବସ୍ଥା ଦରକାର ବୋଲି କହିଛନ୍ତି । ଏହା ସହ ସେମାନଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଯିବ ସେକଥା ସ୍ୱାସ୍ଥ୍ୟ ସଚିବ ବୁଝୁଛନ୍ତି ବୋଲି କହିଛନ୍ତି ଡିଜି । ସେପଟେ ଅଗ୍ନିକାଣ୍ତ ପାଇଁ ରାସ୍ତା ଉପରେ ଛଟପଟ ହେଉଛନ୍ତି ଗୁରୁତର ରୋଗୀ ।

ଅଗ୍ନିକାଣ୍ଡରୁ ସିନା ଉଦ୍ଧାର ପାଇଯାଇଛନ୍ତି, କିନ୍ତୁ ବର୍ତ୍ତମାନର କଷ୍ଟ ବଳି ପଡ଼ୁଛି । ତ୍ରିଶା ହସ୍ପିଟାଲ ସାମ୍ନା ରାସ୍ତା ଉପରେ ପଡ଼ି ରହିଛନ୍ତି ଗୁରୁତର ରୋଗୀ । ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ଅଭାବ ଯୋଗୁଁ ଅଭାବନୀୟ ସ୍ଥିତି ଦେଖାଦେଇଛି । ସେହିପରି ଆଇସିୟୁରେ ଥିବା ଅନେକ ନବଜାତ ମଧ୍ୟ ଦୟନୀୟ ସ୍ଥିତିରେ ରହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now