Advertisment

Ferry Sinks Off: ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବୁଡ଼ିଲା ଜାହଜ, ସର୍ଚ୍ଚ ଅପରେସନ ଜାରି

ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବାଲିରେ ବଡ଼ ଅଘଟଣ । ବୁଡ଼ିଲା ଯାତ୍ରୀବାହୀ ଜାହଜ । ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଓ କ୍ରୁ ମେମ୍ବରଙ୍କୁ ମିଶାଇ ଜାହଜରେ ଥିଲେ ୬୦ରୁ ଉର୍ଦ୍ଧ୍ୱ ଲୋକେ । ଜାରି ରହିଛି ସର୍ଚ୍ଚ ଅପରେସନ ।

ଅଦ୍ୟତନ ହୋଇଛି
Ferry Sinks Off

Ferry Sinks Off

Advertisment

ଇଣ୍ଡୋନେସିଆର ବାଲିରେ ବଡ଼ ଅଘଟଣ । ବୁଡ଼ିଲା ଜାହଜ । ସେହି ଜାହଜରେ ୬୦ରୁ ଉର୍ଦ୍ଧ୍ୱ ଲୋକ ଯାତ୍ରା କରିଥିବା ସୂଚନା ରହିଛି । ବର୍ତ୍ତମାନର ଖବର ସୁଧା ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଯାତ୍ରୀମାନେ ନିଖୋଜ ଅଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି । ଜାହଜରେ ୨୦ ରୁ ଅଧିକ ଗାଡି ମଧ୍ୟ ପରିବହନ କରାଯାଉଥିଲା । ସେଥି ମଧ୍ୟରେ ପାଖାପାଖି ୧୪ଟି ଟ୍ରକ୍ ରହିଥିଲା । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି । 

Advertisment

ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାଭାର କେତାପାଙ୍ଗରୁ ଯାତ୍ରା ଆରମ୍ଭ କରିବାର ମାତ୍ର ଅଧ ଘଣ୍ଟା ମଧ୍ୟରେ ଜାହଜଟି ବୁଡି ଯାଇଛି ।  ଏହା ବାଲିର ଗିଲିମନୁକ୍ ବନ୍ଦରଗାହ ଅଭିମୁଖେ ଯାତ୍ରା କରୁଥିବା ଜଣାପଡ଼ିଛି । ପାଖାପାଖି ୫୦ କିଲୋମିଟର ଯାତ୍ରା କରିବାକୁ ଥିବାବେଳେ ଏହା ପୂର୍ବରୁ ହିଁ ଘଟିଛି ଅଘଟଣ । ସ୍ଥାନୀୟ ସମୟ ଅନୁସାରେ ରାତି ୧୧ଟା ୨୦ରେ ଏହି ଦୁର୍ଘଟଣା ଘଟିଛି ।ତେବେ ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ନେକ ପର୍ଯ୍ୟଟକ ଜାହଜରେ ଥିଲେ ବୋଲି କୁହାଯାଉଛି ।

ଅଧିକ ପଢନ୍ତୁ: ଯୋଡ଼ାରେ ବଡ଼ ଅଘଟଣ, ମାଟି ଅତଡ଼ା ଧସି ୩ ମୃତ

Indonesia Boat Capsizes Ferry Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ