Advertisment

F-35 Crashed: ଟ୍ରେନିଂ ସମୟରେ ଧ୍ବଂସ ପାଇଲା F-35 ଯୁଦ୍ଧବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

ଆମେରିକାର ଏକ ଏଫ-୩୫ ଯୁଦ୍ଧବିମାନ ଟ୍ରେନିଂ ସମୟରେ ଧ୍ବଂସ ପାଇଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଙ୍ଗଲ ସିଟର ଏହି ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଆଲାସ୍କାରେ ଖସି ପଡିଥିଲା। ଇନଫ୍ଲାଇଟ ତ୍ରୁଟି କାରଣରୁ ପାଇଲଟଙ୍କୁ କ୍ରାସ୍‌ର ଠିକ ପୂର୍ବରୁ ଇମର୍ଜେନ୍ସି ଏକ୍ସିଟ ନେବାକୁ ପଡିଥିଲା। ୩୫୪ ଫ୍ଲାଇଟ ୱିଙ୍ଗର କମାଣ୍ଡର କଲୋନେଲ ପଲ ଟାଉନସେଣ୍ଡ ଏହି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
F-35 crashed

F-35 crashed

Advertisment

ଆମେରିକାର ଏକ ଏଫ-୩୫ ଯୁଦ୍ଧବିମାନ ଟ୍ରେନିଂ ସମୟରେ ଧ୍ବଂସ ପାଇଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସିଙ୍ଗଲ ସିଟର ଏହି ଯୁଦ୍ଧ ବିମାନଟି ଟ୍ରେନିଂ ସମୟରେ ଆଲାସ୍କାରେ ଖସି ପଡିଥିଲା। ଇନଫ୍ଲାଇଟ ତ୍ରୁଟି କାରଣରୁ ପାଇଲଟଙ୍କୁ କ୍ରାସର ଠିକ ପୂର୍ବରୁ ଇମର୍ଜେନ୍ସି ଏକ୍ସିଟ ନେବାକୁ ପଡିଥିଲା। ୩୫୪ ଫ୍ଲାଇଟ ୱିଙ୍ଗର କମାଣ୍ଡର କଲୋନେଲ ପଲ ଟାଉନସେଣ୍ଡ ଏହି ସୂଚନା ଦେଇଛନ୍ତି।

Advertisment

ମଙ୍ଗଳବାର ଆଲାସ୍କାରେ ଏଫ-୩୫ ଯୁଦ୍ଧବିମାନରେ ଅଭ୍ୟାସ କରୁଥିଲେ ଆମେରିକାର ସେନା ବାହିନୀ। ଅବତରଣ କରିବାର ଠିକ ପୂର୍ବରୁ ବିମାନରେ ତ୍ରୁଟି ଦେଖା ଦେଇଥିଲା। ଯାହା ଫଳରେ ବିମାନଟି କ୍ରାସ କରି ଯାଇଥିଲା। ବିମାନର ପାଇଲଟ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡିଛି।

ମଙ୍ଗଳବାର ଅପରାହ୍ନରେ ବିମାନଟି କ୍ରାସ କରିଥିବା ବେଳେ ଏଥିରେ ବ୍ୟାପକ କ୍ଷତି ଘଟିଛି । ଆଲାସ୍କାର ଏଲସନ ଏୟାରଫୋର୍ସ ବେସରେ ଏହି ଦୁର୍ଘଟଣା ଘଟିଥିଲା। ଫେୟାରବ୍ୟାଙ୍କସରୁ ୪୦ କି.ମି ଦୂରରେ ଏହି ଏୟାରବେସ ଅବସ୍ଥିତ। ୨୦୧୬ ମସିହାରେ ପ୍ରାୟ ୫୦୦ ମିଲିୟନ ଡଲାର ଅର୍ଥ ବ୍ୟୟ କରାଯାଇ ଏହାର ନିର୍ମାଣ କରାଯାଇଥିଲା। ୩୬ଟି ବିଲ୍ଡିଂ ସହିତ ୩୫୦୦ ଏୟାରମ୍ୟାନଙ୍କ ଡ୍ୟୁଟି ଏଠାରେ ରହୁଥିଲା।

Advertisment

ଏକା ଥରକେ ୧୨ ଘଣ୍ଟା ଉଡିବାର କ୍ଷମତା ରଖୁଥିବା ଏଫ-୩୫ ଯୁଦ୍ଧବିମାନ ନଦର୍ନ ହେମିସ୍ଫିୟର ଯାଏ ପହଞ୍ଚିବାରେ ସମର୍ଥ। ମେ ମାସରେ ମଧ୍ୟ ଗୋଟିଏ ଏଫ-୩୫ ଯୁଦ୍ଧବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ଟେକ୍ସାସରୁ ଲସ ଏଞ୍ଜେଲ୍ସ ସ୍ଥିତ ଏଡୱାର୍ଡ୍ସ ଏୟାର ଫୋର୍ସ ବେସ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଗୁରୁତର ଅବସ୍ଥାରେ ପାଇଲଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅକ୍ଟୋବର ମାସରେ ଏହି ଦୁର୍ଘଟଣା ପାଇଁ ପାଇଲଟଙ୍କୁ ଦାୟୀ କରାଯାଇଥିଲା। ପାଇଲଟ ନିଜକୁ ଏକ୍ଜିଟ କରିବା ପରେ ବିନା ପାଇଲଟରେ ବିମାନଟି ୧୧ ମିନିଟ ଆକାଶରେ ରହିଥିଲା। ପରେ ସାଉଥ କାରୋଲିନାରେ ଏହା କ୍ରାସ୍ କରିଯାଇଥିଲା।

Advertisment
Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ