Advertisment

ସମ୍ବଲପୁରରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ

ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ....ତୁରନ୍ତ ଉଦ୍ଧାରକାର୍ଯ୍ୟ କରାଯାଇ ଟ୍ରେନକୁ ଟ୍ରାକକୁ ଅଣାଗଲା...ଟ୍ରେନରେ ଯାତ୍ରୀ ନଥିବାରୁ କୌଣସି ମୃତାହତର ସୂଚନା ନାହିଁ...

author-image
Prangyan Parimita
Express train derails

Express train derails

ସମ୍ବଲପୁର ଷ୍ଟେସନର ୱାସିଂ ଲାଇନରେ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ । ଜମ୍ମୁ-ତୱି ଏକ୍ସପ୍ରେସର ପ୍ୟାଣ୍ଟ୍ରିକାର ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଟ୍ରେନଟି ସମ୍ବଲପୁର ଷ୍ଟେସନ ପହଞ୍ଚି ଯାତ୍ରୀଙ୍କୁ ଓହ୍ଲାଇବା ପରେ ଧୁଆହେବାକୁ କ୍ଷେତରାଜପୁର ୱାସିଂ ଲାଇନକୁ ଯାଉଥିଲା ।

Advertisment

ଏହି ସମୟରେ ଟ୍ରେନର ପ୍ୟାଣ୍ଟ୍ରିକାର ଲାଇନଚ୍ୟୁତ ହୋଇଥିଲା । ରେଳବାଇ ପକ୍ଷରୁ ତୁରନ୍ତ ଉଦ୍ଧାରକାର୍ଯ୍ୟ କରାଯାଇ ଟ୍ରେନକୁ ଟ୍ରାକକୁ ଅଣାଯାଇଥିଲା । ତେବେ ଟ୍ରେନରେ ଯାତ୍ରୀନଥିବାରୁ କୌଣସି ମୃତାହତର ସୂଚନା ନାହିଁ ।

ସମ୍ବଲପୁରକୁ ଟ୍ରେନଚଳାଚଳ ସ୍ୱାଭାବିକ ଥିବା ବେଳେ, ଆଜି ଟ୍ରେନଟି ପୁନର୍ବାର ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।...ତେବେ କେଉଁ ଲାଇନଚ୍ୟୁତ ହେଲା ସେନେଇ ରେଳବାଇ ପକ୍ଷରୁ ତଦନ୍ତ ଜାରି ରହିଛି ।...

Advertisment

Train Derails
Advertisment
Advertisment