/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699945833.jpg)
80-year old woman falls into deep borewell
ବୋରୱେଲରୁ ବାହାରିଥିବା ବୃଦ୍ଧା ଜଣକ ମୃତ । ସୋନପୁର ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଉଦ୍ଧାର ପରେ ବୃଦ୍ଧା ଜଣଙ୍କୁ ସୋନପୁର ସରକାରୀ ଡାକ୍ତରଖାନାକୁ ନିଆ ଯାଇଥିଲା । ଅତି ସଙ୍କଟାପନ୍ନ ଅବସ୍ଥାରେ ବୃଦ୍ଧାଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ଦୁଃଖି ନାୟକଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି ।
ଦୀର୍ଘ ପାଞ୍ଚ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗାତରୁ ବାହାରିଥିଲେ ବୃଦ୍ଧା । ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ହୋଇଥିଲେ । ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳି ଉଦ୍ଧାର କରା ଯାଇଥିଲା । ଆଜି ସକାଳେ ପରିତ୍ୟକ୍ତ ବୋରୱେଲରେ ପଡ଼ି ଯାଇଥିଲେ ବୃଦ୍ଧା । ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ଗାଁରେ ଘଟିଥିଲା ଘଟଣା ।
ପ୍ରାୟ ୨୦ ଫୁଟରେ ତଳେ ଗାତରେ ପଡ଼ି ଯାଇଥିଲେ ୮୦ ବର୍ଷୀୟା ବୃଦ୍ଧା । ତାଙ୍କ ନାଁ ଦୁଃଖୀ ଥନାପତି । ତାଙ୍କ ନିଜ ଗାଁ ହେଲା ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର । ନିଜ ଝିଅ ଘରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଗାତ ଭିତରୁ ବୃଦ୍ଧାଙ୍କୁ ବାହାର କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲା । ଗାତ ଭିତରକୁ ଅକ୍ସିଜେନ ପଠା ଯାଇଥିଲା । ମହିଳାଙ୍କୁ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଏକ ଗାତ ଖୋଳା ଯାଇଥିଲା । କିନ୍ତୁ ଗାତରେ ପଡ଼ିବାର କିଛି ସମୟରେ ମଧ୍ୟରେ ବୃଦ୍ଧା ଜଣକ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ଏଣୁ ଏନେଇ ଆଶଙ୍କା ପ୍ରକାଶ ପାଇଛି ।
ପ୍ରାୟ ୫ ଘଣ୍ଟାର ଅପରେସନ ପରେ ଉଦ୍ଧାର କରାଗଲା । ଉଦ୍ଧାର ପରେ ବୃଦ୍ଧାଙ୍କୁ ବର୍ତ୍ତମାନ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଛି । ବୃଦ୍ଧାଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ଅଛି ସ୍ପଷ୍ଟ ଜଣାପଡ଼ିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)