Drink And Drive
ରାତିରେ ଫୁଟପାଥରେ ଶୋଇଥିଲେ । ହଠାତ ମାଡ଼ିଗଲା ଗାଡ଼ି । ଚିତ୍କାର ଶୁଣି ସ୍ଥାନୀୟ ଲୋକ ଦୌଡ଼ିକି ଆସିଥିଲେ । ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଏପରି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଦିଲ୍ଲୀ ବସନ୍ତ ବିହାରରେ । ଫୁଟପାଥରେ ଶୋଇଥିବା ବେଳେ ୫ ଜଣଙ୍କ ଉପରେ ମାଡ଼ିଗଲା ଅଡି । ଆହତଙ୍କ ମଧ୍ୟରେ ଜଣେ ୮ବର୍ଷର ଝିଅ ଅଛି ।
ଆହତମାନେ ସମସ୍ତେ ରାଜସ୍ଥାନର ବାସିନ୍ଦା । ଦିଲ୍ଲୀରେ ଦିନ ମଜୁରିଆ ଭାବେ କାମ କରୁଥିଲେ । ସେମାନେ ହେଲେ ୪୫ବର୍ଷିୟ ସବାମି ଓରଫ ଚିରମା , ତାଙ୍କ ସ୍ତ୍ରୀ ଲାଧି ଓ ତାଙ୍କର ଆଠ ବର୍ଷର ଝିଅ ବିମଳା । ଅନ୍ୟ ୨ଜଣ ଆହତ ହେଲେ ୪୫ବର୍ଷିୟ ରାମଚନ୍ଦ୍ର ଓ ତାଙ୍କର ୩୫ ବର୍ଷିୟ ପତ୍ନୀ ନାରାୟଣୀ ।
ଅଧିକ ପଢନ୍ତୁ:ହଲିଡେ ଟ୍ରିପରେ ଯାଇଥିଲେ, ଦୁର୍ଘଟଣାରେ ଜଳିଗଲେ
ଘଟଣାସ୍ଥଳରୁ ଅଭିଯୁକ୍ତ ଡ୍ରାଇଭର ଉତ୍ସବ ଶେଖରଙ୍କୁ ପୋଲିସ ଗିରଫ କରିଛି । ତାଙ୍କର ଡାକ୍ତରୀ ପରୀକ୍ଷାରୁ ସେ ମଦ୍ୟପାନ କରିଥିବା ସ୍ପଷ୍ଟ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ଦ୍ରୁତ ଏବଂ ଅବହେଳାପୂର୍ଣ୍ଣ ଗାଡ଼ି ଚାଳନା ଅଭିଯୋଗରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୁଲିସ ।
ଆହତମାନେ ଦିନରେ ମଜୁରିଆ ଭାବେ କାମ କରୁଥିଲେ । ଘର ନଥିବାରୁ ରାତିରେ ସେମାନେ ଫୁଟପାଥରେ ଶୋଇପଡନ୍ତି । ଦୁର୍ଘଟଣା ଶନିବାର ରାତିରେ ହୋଇଛି ।
ରାତି ପ୍ରାୟ ୧.୪୫ରେ ଏକ ଦ୍ରୁତଗାମୀ ଗାଡ଼ି ସେମାନଙ୍କ ଉପରେ ଚଢ଼ିଯାଇଥିଲା । ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଆସି ପହଞ୍ଚିଥିଲେ । ପୋଲିସ ଆସବା ପୂର୍ବରୁ ସ୍ଥାନୀୟ ଲୋକ ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରିଥିଲେ ।
ପୋଲିସର ସୂଚନା ଅନୁଯାୟୀ, ଦ୍ୱାରକା ନିବାସୀ ୪୦ ବର୍ଷୀୟ ଉତ୍ସବ ଶେଖର ନାମକ ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିଲେ । ସେ ନିୟନ୍ତ୍ରଣ ହରାଇ ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଚଢ଼ାଇ ଦେଇଥିଲେ ।