Advertisment

Video: IAS କୋଚିଂ ସେଣ୍ଟରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ; ସାମ୍ନାକୁ ଆସିଲା ଭୟଙ୍କର ଭିଡିଓ...

କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

ଅଦ୍ୟତନ ହୋଇଛି
Delhi Coaching Centre Death Viral Video

Delhi coaching centre

Advertisment

ଉଠୁଛି ପଡ଼ୁଛି ରାଜଧାନୀ ଦିଲ୍ଲୀ । ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚାଲିଛି ଜୋରଦାର ପ୍ରତିବାଦ । ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିଯିବାରୁ ଶନିବାର ୟୁପିଏସ୍‌ସି ପ୍ରସ୍ତୁତି କରୁଥିବା ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। କାହିଁକି IAS କୋଚିଂ ସେଣ୍ଟରେ ହେଲା ୩ ଛାତ୍ରଙ୍କ ମୃତ୍ୟୁ ? ମୃତ୍ୟୁକୁ ନେଇ କିଏ ଦାୟୀ ? କାହାର ଅବେହଳା ପାଇଁ ଘଟିଲା ଏମିତି ଘଟଣା ? କଣ ପାଇଁ ବେସ୍‌ମେଣ୍ଟରେ ଥିଲା ଲାଇବ୍ରେରୀ ? ଏଭଳି ପ୍ରଶ୍ନ ଉଠୁଥିବା ବେଳେ ସାମ୍ନାକୁ ଆସିଛି ନୂଆ ଭିଡ଼ିଓ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି  ।

Advertisment

ଦିଲ୍ଲୀ ରାଜେନ୍ଦ୍ରନଗର ସ୍ଥିତ ଏକ କୋଚିଂ ସେଣ୍ଟରରେ ପାଣି ପଶିବାର ଦୁଇଟି ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କୋଚିଂ ସେଣ୍ଟରର ତଳ ମହଲା ପୂରା ଜଳମଗ୍ନ ହୋଇଥିଲା । ପ୍ରଥମ ଭିଡିଓରେ ଦେଖିବାକୁ ମିଳୁଛି ଯେ, ବାହାରେ ରାସ୍ତାରେ ପ୍ରବଳ ଜଳ ପ୍ରବାହିତ ହେବା ପରେ କୋଚିଂ ସେଣ୍ଟରର ବେସ୍‌ମେଣ୍ଟକୁ ବର୍ଷା ପାଣି ପଶିଥିଲା । କୋଚିଂ ସେଣ୍ଟରର ପ୍ରବେଶ ପଥରେ ଥିବା ଲୁହା ଗେଟ୍‌ ପାଇଁ ପାଣି ତଳ ମହଲାରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରୁଥିଲା। କିନ୍ତୁ ଦେଖିବାକୁ ମିଳୁଛି ପ୍ରବଳ ପାଣି ଓ ସେହି ରାସ୍ତାରେ ଦ୍ରୁତ ଗତିରେ ଗୋଟିଏ ଗାଡ଼ି ଯିବା ଫଳରେ ଲୁହା ଗେଟ୍‌ଟି ଭାଙ୍ଗି ଯାଇଥିଲା । ଯାହାଫଳରେ ବେସ୍‌ମେଣ୍ଟରେ ପାଣି ପଶିଥିଲା ।

ଅଧିକ ପଢନ୍ତୁ : ଦିଲ୍ଲୀ ରାଜେନ୍ଦ୍ରନଗର ଛାତ୍ର ମୃତ୍ୟୁ ଘଟଣାରେ ଦାୟୀ କିଏ ?

Advertisment

ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ, କୋଚିଂ ସେଣ୍ଟରର ଛାତ୍ରମାନେ ବେସ୍‌ମେଣ୍ଟରେ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଉପର ମହଲାକୁ ‌ଦୌଡ଼ୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ଏହି ସମୟରେ ପାଣିର ପ୍ରବାହ ବଢ଼ି ଯାଉଛି। ଏହାକୁ ଦେଖି ଛାତ୍ରଛାତ୍ରୀମାନେ ଭୟଭୀତ ହେବା ସହ ଚିତ୍କାର କରୁଛନ୍ତି। 

ଅଧିକ ପଢନ୍ତୁ : ୧୦ ବର୍ଷ ପୁରୁଣା ଘର.. ୩ ମହଲାରେ ଥିଲା ୧୩ଟି ଫ୍ଲାଟ୍ !

Advertisment

ଅନ୍ୟପଟେ ଆକ୍ସନ ମୁଡ୍‌କୁ ଆସିଛି ଦିଲ୍ଲୀ ମହାନଗର ନିଗମ ତଥା ଏମ୍‌ସିଡି। ଏହି ଦୁର୍ଘଟଣା ପରେ ଏମ୍‌ସିଡି ବିଭିନ୍ନ ବେସ୍‌ମେଣ୍ଟରେ ବେଆଇନ୍‌ ରୂପେ ଚାଲିଥିବା ୧୩ଟି କୋଚିଂ ସେଣ୍ଟରକୁ ସିଲ୍‌ କରିଛି। MCD ଅଧିକାରୀମାନେ ରାଜେନ୍ଦ୍ର ନାଗର ଅଞ୍ଚଳରେ ଚାଲୁଥିବା ଅନେକ କୋଚିଂ ସେଣ୍ଟରେ ରବିବାର ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 

Coaching Centre Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ